ଗୁଣପୁରରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ-ଭଣଜାଙ୍କ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଗୁଣପୁରରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ-ଭଣଜାଙ୍କ ଲଢ଼େଇ

ରାୟଗଡ଼ (ଇନ୍ଦ୍ରଜିତ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ ଜିଲ୍ଲା ଗୁଣପୁର ନିର୍ବାଚନମଣ୍ଡଳୀରେ ହେବ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏବେ ମଇଦାନରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ- ଭଣଜା ରହିଛନ୍ତି। ଗମାଙ୍ଗ ପରିବାର ମଧ୍ୟରେ ହେବାକୁ ଥିବା ଚାରିକୋଣିଆ ଲଢ଼େଇକୁ ନେଇ ବଢୁଛି ଉତ୍ସୁକତା।

ପ୍ରଥମ ପର୍ଯ୍ୟୟରେ ଏଠାରେ ମତଦାନ ହେବାକୁ ଥିବା ବେଳେ ପାରିବାରିକ ରାଜନୀତିକୁ ନେଇ ବେଶ ସରଗରମ ହୋଇଛି ଏଠିକାର ନିର୍ବାଚନୀ ହାଓ୍ୱା। ଏହି ଆସନ ପାଇଁ ବିଜେଡି ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି। ତାଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ତଥା ତାଙ୍କ ନାତି ଶିଶିର ଗମାଙ୍ଗ। ଅଜା-ନାତି ଲଢ଼େଇ ମଧ୍ୟରେ ମାମୁ ମଧ୍ୟ ପଛରେ ପଡ଼ିନାହାନ୍ତି। ଶିଶିରଙ୍କ ମାମୁ ପୁରୁଷୋତ୍ତମ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଏପଟେ ବିଜେଡି ପ୍ରାର୍ଥୀ ରଘୁନାଥ ଓ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ସଂପର୍କରେ ଦାଦା-ପୁତୁରା। ସେପଟେ ବିଜେଡି ଟିକେଟ ନପାଇ ସ୍ୱାଧୀନ ଭାବେ ଲଢୁଥିବା ବିଧାୟକ ତ୍ରିନାଥ ଗମାଙ୍ଗ, ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗଙ୍କ ସଂପର୍କୀୟ ମାମୁ।

ବିଜେଡି ଟିକେଟରୁ ବଞ୍ଚିତ ହୋଇ ବିଧାୟକ ତ୍ରିନାଥ ଗମାଙ୍ଗ ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢୁଛନ୍ତି। ସେପଟେ ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ରାମମୂର୍ତ୍ତି ମୁଟିକା ମଧ୍ୟ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଣେ ଗୋଟିଏ ପରିବାର ଭିତରେ ଲଢ଼େଇ ହେଉଥିଲେ ମଧ୍ୟ ପ୍ରତ୍ୟେକ ପ୍ରାର୍ଥୀ ଜୋରଦାର ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି।

ସେପଟେ ଯିଏ ଅଞ୍ଚଳର ବିକାଶ କରିବ ତାକୁ ହିଁ ଭୋଟ ଦେବେ ବୋଲି ଗୁଣୁପୁର ଭୋଟର କହିଛନ୍ତି।

ଆଦିବାସୀଙ୍କ ଲାଗି ସଂରକ୍ଷିତ ଥିବା ଏହି ଆସନ ସ୍ୱାଧୀନତା ପରଠାରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ କବ୍‌ଜାରେ ଥିଲା। ହେଲେ ୧୯୯୦ରେ ଜନତା ଦଳରୁ ଲଢି ରାମମୂର୍ତ୍ତି ଗମାଙ୍ଗ ଏଠାରେ ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ରେ କଂଗ୍ରେସର ଅକ୍ଷୟ ଗମାଙ୍ଗ ଏଠାରୁ ଜିତିଥିଲେ। ତେବେ ୧୯୯୬ରେ ସ୍ୱାଧୀନ ଭାବେ ଏଠାରୁ ବିଜୟୀ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗମାଙ୍ଗ।

୨୦୦୦ ମସିହାରେ ବିଜେପିର ରାମମୂର୍ତ୍ତି ଗମାଙ୍ଗ, ୨୦୦୪ରେ କଂଗ୍ରେସର ହେମା ଗମାଙ୍ଗ ଓ ୨୦୦୯ରେ ରାମମୂର୍ତ୍ତି ମୁଟିକା ଏଠାରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୪ରେ ଏଠାରୁ ବିଜେଡି ଟିକେଟରେ ତ୍ରିନାଥ ଗମାଙ୍ଗ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ କିଏ ଏ ଆସନ ଜିତୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2Z0YEca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages