୮ହଜାର ରନ୍ କ୍ଲବରେ ବିରାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

୮ହଜାର ରନ୍ କ୍ଲବରେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ ଟି-୨୦ କ୍ରିକେଟରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୮ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି।

ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବା ବିରାଟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୧୭ ରନ୍ କରିଥିବା ବେଳେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ କ୍ରିକେଟରେ ସର୍ବାଧିକ ରନ୍ ସୁରେଶ ରାଇନା କରିଛନ୍ତି।

ରାଇନା ୩୦୬ ମ୍ୟାଚ୍ ଖେଳି ୮୧୧୦ ରନ୍ କରିଛନ୍ତି। ତେବେ ବିରାଟ ମାତ୍ର ୨୫୬ ମ୍ୟାଚରେ ଦ୍ରୁତ ୮ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ନାମରେ ୬୭ ଟି-୨୦ ମ୍ୟାଚରେ ୨୨୬୩ ରନ୍ ରହିଛି।

ତେବେ ଟି-୨୦ କ୍ରିକେଟରେ ସର୍ବାଧିକ ରନର ବିଶ୍ୱରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ ୩୭୪ ମ୍ୟାଚରେ ୧୨୪୫୭ ରନ୍ କରିଛନ୍ତି। ତାଙ୍କ ପଛରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକକୁଲମ (୯୯୨୨ ରନ୍) ଦ୍ୱିତୀୟ ଏବଂ ୱିଣ୍ଡିଜର କାଇରନ୍ ପୋଲାର୍ଡ (୯୦୮୭ ରନ୍) ତୃତୀୟ ସ୍ଥାନରେ ଅଛନ୍ତି।



from Odisha Reporter http://bit.ly/2TZLMz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages