ଖରାଦିନେ ମୁହଁରେ ଲଗାନ୍ତୁ ଟମାଟୋ ପେଷ୍ଟ, ଦେଖାଯି‍ବେ ଉଜ୍ୱଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଖରାଦିନେ ମୁହଁରେ ଲଗାନ୍ତୁ ଟମାଟୋ ପେଷ୍ଟ, ଦେଖାଯି‍ବେ ଉଜ୍ୱଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟମାଟୋ ସମସ୍ତଙ୍କ ଘରେ ଦୈନଦିନ ବ୍ୟବହୃତ ଏକ ପରିବା। ଏହାକୁ କାକୁଡି ସହ ସାଲାଡ୍‌ କରି ଖାଇବା ସ୍ୱାସ୍ଥ୍ୟକର ହୋଇଥିବା ବେଳେ ରୋଷେଇରେ ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି। ସେହିପରି ଟମାଟୋ ଆମ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ।

ଲାଲ୍‌ ଲାଲ୍‌ ଟମାଟୋ ବଜାର୍‌ରେ ଦେଖିଲେ ତାକୁ କିଣି ନ ଆଣିଲେ ମନ ବୁଝେନା। ଏହାକୁ ଖାଇବା ଦ୍ୱାରା ସୂର୍ଯ୍ୟଙ୍କଠାରୁ ଆସୁଥିବା ଖରାପ କିରଣରୁ ଆମେ ରକ୍ଷା ପାଇଥାଉ। ତେଣୁ ଏହାକୁ ଆମେ ଆମ ଚେହେରାରେ ମଧ୍ୟ ପ୍ୟାକ୍‌ କରି ଲଗାଇ ପାରିବା। ଏହା ପ୍ରାକୃତିକ ହୋଇଥିବାରୁ ଆମ ଚେହେରାରେ ଏହାର କୌଣସି ସାଇଡ଼୍‌ ଇଫେକ୍ଟ ମଧ୍ୟ ପଡ଼ି ନ ଥାଏ।

ତେଣୁ ଆପଣ ଜାଣି ରଖନ୍ତୁ କିପରି ଏହାକୁ ବ୍ୟବହାର କରି ଖରାଦିନେ ସୂର୍ଯ୍ୟଙ୍କ କିରଣରୁ ତ୍ୱଚାକୁ ରକ୍ଷା କରିପାରିବେ।

ଟମାଟୋ ଆଉ ଲେମ୍ବୁ ପେଷ୍ଟ

ଟମାଟୋ ପେଷ୍ଟରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ମୁହଁରେ ଥିବା ଦାଗ ଦୂର କରିବା ସହ ମୁହଁକୁ ଉଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ।

ଟମାଟୋ,ଦହି ଏବଂ ଲେମ୍ବୁ ରସ

ଟମାଟୋ, ଦହି ଏବଂ ଲେମ୍ବୁ ରସ ଆମ ତ୍ୱଚାରେ ପ୍ରାକୃତିକ ଲୋସନ୍‌ ବା କ୍ରୀମ୍‌ ଭଳି କାମ କରିଥାଏ। ଏହା ତ୍ୱଚା ଶୁଷ୍କ ହେବାକୁ ଦିଏନାହିଁ। ସବୁବେଳେ ତ୍ୱଚାକୁ ଫ୍ରେସ୍‌ ରଖିବାରେ ଯାହାଯ୍ୟ କରିଥାଏ।

ଟମାଟୋ ଏବଂ ଚିନି

ଗୋଟେ ଖଣ୍ଡ ଟମାଟୋ ନେଇ ତା ଉପରେ ଚିନି ପକାଇ ମୁହଁରେ ସ୍କ୍ରବ୍‌ କଲା ଭଳି ଲଗାନ୍ତୁ। ଆଉ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏହା କଲା ପରେ ଆଉ ଥରେ ଟମାଟୋ ପେଷ୍ଟ ନେଇ ସେଥିରେ ଅଳ୍ପ ମହୁ ପକାନ୍ତୁ। ଏବେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହିପରି କଲେ ମୁହଁ ଉଜ୍ୱଳ ଦେଖାଯିବା ସହ ଦାଗ ମଧ୍ୟ ଭଲ ହୋଇଯାଇଥାଏ।

ଟମାଟୋ, ମହୁ ଏବଂ ବେସନ

ମହୁ ତ୍ୱଚାରେ ଚମକ ଆଣିଥାଏ। ତେଣୁ ତ୍ୱଚାକୁ ଆହୁରି ସୁନ୍ଦର କରିବା ପାଇଁ ଆପଣ ଟମାଟୋ ପେଷ୍ଟରେ ମହୁ ଏବଂ ବେସନ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହରେ ୨ରୁ ୩ ଥର କରନ୍ତୁ। ବହୁତ କମ୍‌ ଦିନରେ ଆପଣ ମୁହଁରେ ଉଜ୍ଜ୍ୱଳତା ଅନୁଭବ କରିପାରିବେ।



from Odisha Reporter https://ift.tt/2TRQgaQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages