‘ରାଜ୍ୟ ସରକାର ପୋଷ୍ଟ ମ୍ୟାନ୍‌, କେନ୍ଦ୍ର ସରକାର ଆପଣଙ୍କ ପୁଅ’- ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

‘ରାଜ୍ୟ ସରକାର ପୋଷ୍ଟ ମ୍ୟାନ୍‌, କେନ୍ଦ୍ର ସରକାର ଆପଣଙ୍କ ପୁଅ’- ମୋଦି

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ଏଥିରେ ମାତ୍ର ୨ ଟଙ୍କା ମିଶାଇ ବାହାବା ନେଉଛନ୍ତି। କହୁଛନ୍ତି ଶସ୍ତାରେ ଲୋକଙ୍କୁ ଚାଉଳ ସେ ଯୋଗାଉଛନ୍ତି। ହେଲେ ପ୍ରକୃତ କଥାଟିକୁ ଲୁଚାଇ ଦେଉଛନ୍ତି ରାଜ୍ୟ ସରକାର। ଆଜି ସମ୍ବଲପୁର ସଭାରେ ଏମିତି କହି ରାଜ୍ୟ ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଥା ଛଳରେ କଟାକ୍ଷ କରି ବିଜେଡି ସରକାରଙ୍କୁ ପୋଷ୍ଟ ମ୍ୟାନ୍‌ ଓ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ରହୁଥିବା ପୁଅ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଯଦି ପୁଅ ଦିଲ୍ଲୀରେ ରୁହେ ଆଉ ଗାଁରେ ରହୁଥିବା ବାପା, ମା’ଙ୍କ ପାଇଁ ସାର୍ଟ ପ୍ୟାଣ୍ଟ କିମ୍ବା ଟଙ୍କା ପଠାଏ, ତେବେ ସେ ଡାକବାଲାର ସହାୟତା ନେଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ କେନ୍ଦ୍ର ଯୋଜନାର ସୁଫଳ ରାଜ୍ୟ ସରକାରଙ୍କ ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ପହଞ୍ଚିଥାଏ। ଏଣୁ ରାଜ୍ୟ ସରକାର ପୋଷ୍ଟ ମ୍ୟାନ୍‌ ହୋଇ ପୁଅ ପଠାଇଥିବା ଅର୍ଥକୁ ହିତାଧିକାରୀଙ୍କୁ ଦିଅନ୍ତି। ଆଉ ଏହାକୁ ନିଜେ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭୁଅଁ ବୁଲାନ୍ତି।

ମୋଦିଙ୍କ ଏମିତି କଟାକ୍ଷ ଶୁଣି ମଞ୍ଚ ତଳେ ବସିଥିବା ଲୋକେ ହସିଥିଲେ। ଆଉ ମୋଦି ନିଜ ଚିରାଚରିତ ଶୈଳୀରେ “ମନିଅର୍ଡରର କିଏ ପଠାଏ, ଦିଲ୍ଲୀରେ ରହୁଥିବା ପୁଅ ନା ପେଷ୍ଟ ମ୍ୟାନ୍‌ ? ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇ ଲୋକଙ୍କ କରତାଳି ସାଉଁଟିବା ସହ କେନ୍ଦ୍ର ସରକାରଙ୍କୁ ଜନତାଙ୍କ ତୁଣ୍ଡରେ ନିଜ ପୁଅ ବୋଲି କୁହାଇ ନେଇଥିଲେ ମୋଦି।

ଚିଟ୍‌ଫଣ୍ଡ ସ୍କାମ, ପିସି କାରବାର ସମ୍ପର୍କରେ ମଧ୍ୟ ମୋଦି ରାଜ୍ୟ ସରକାରଙ୍କୁ କଟାକ୍ଷ କରିବା ସହ ଭୋଟ କେବଳ ପଦ୍ମକୁ ବା ବିଜେପିକୁ ଦିଅନ୍ତୁ ବୋଲି ଜନତାଙ୍କୁ ଅନୁରୋଧ କରିଥିଲେ।



from Odisha Reporter http://bit.ly/2GgYyV3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages