ତାଜା ଫଳରେ ତିଆରି କରନ୍ତୁ ‘ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ତାଜା ଫଳରେ ତିଆରି କରନ୍ତୁ ‘ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରକୁ ବହୁତ ଭିଟାମିନ୍‌ ଓ ମିନେରାଲ୍ସ ମିଳିଥାଏ। ତେଣୁ  ଖରାଦିନେ ସାଲାଡ୍‌ ଅଧିକ ମାତ୍ରାରେ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। ଖରାଦିନେ ଆପଣ ବିଭିନ୍ନ ପ୍ରକାର ଫଳକୁ ନେଇ ସାଲାଡ୍‌ ପ୍ରସ୍ତୁତ କରପାରିବେ। ଏହାକୁ ତିଆରି କରିବା ବହୁତ ସହଜ ହୋଇଥିବା ବେଳେ କମ୍‌ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯାଏ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ମିକ୍ସ୍‌ ଫ୍ରୁଟ୍‌ ସାଲାଡ୍‌।

ଆବଶ୍ୟକୀୟ ସାମଗ୍ରୀ

କଦଳୀ, ସେଓ, ଅଙ୍ଗୁର୍‌, ଡାଳିମ୍ବ, ଅମୃତଭଣ୍ଡା, ମହୁ, ପୁଦିନା, ଲେମ୍ବୁ ରସ, ଲୁଣ ଏବଂ କଳା ଲୁଣ। ଏଠାରେ ଆପଣ ଆବଶ୍ୟକ ଏବଂ ପସନ୍ଦ ଅନୁସାରେ ଫଳ ନେଇ ପାରିବେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଫଳ ଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ କାଟି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କଟା ଫଳ, ମହୁ, କଟା ପୁଦିନା, ଲେମ୍ବୁ ରସ ଏବଂ କଳା ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ।  ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହା ପରେ ଆପଣ ଫ୍ରିଜ୍‌ରୁ ଆଣି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ।



from Odisha Reporter http://bit.ly/2UEvhxG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages