ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ରାଉଣ୍ଡରେ ସାଇନା ଓ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ରାଉଣ୍ଡରେ ସାଇନା ଓ ସିନ୍ଧୁ

ୟୁହାନ୍‌: ଏସିଆନ୍‌ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଦୁଇ ମହିଳା ଶଟଲର୍‌ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନିଜର ଦବଦବା ଦେଖାଇଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍‌କୁ ବେଶ ସହଜରେ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଲିମ୍ପିକ ଓ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ର ରୌପ୍ୟ ବିଜେତା ସିନ୍ଧୁ ପ୍ରଥମ ରାଉଣ୍ଡରେ ଜାପାନର ତାକାହାସି ସୟାକାଙ୍କୁ ଭେଟିଥିଲେ। ଏହି ମ୍ୟାଚ୍‌ଟିକୁ ସିନ୍ଧୁ ମାତ୍ର ୨୮ ମିନିଟ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ସେଟ୍‌କୁ ୨୧-୧୪ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌କୁ ଏକପାଖିଆ ଭାବେ ୨୧-୭ରେ କବଜା କରିଥିଲେ। ସିନ୍ଧୁ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ଇଣ୍ଡୋନେସିଆର ଚୋଇରୁନିସାଙ୍କୁ ଭେଟିବେ।

ଅନ୍ୟପକ୍ଷରେ ବିଶ୍ୱର ୯ ନଂ ସ୍ଥାନରେ ଥିବା ସାଇନା ବେଶ ସଂଘର୍ଷପୂର୍ଣ୍ଣ ଭାବେ ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍‌ଟିକୁ ଜିତିଛନ୍ତି। ସାଇନାଙ୍କ ମୁକାବିଲା ଚାଇନାର ହାନ ୟୁଇଙ୍କ ସହ ହୋଇଥିଲା। ହାନ ପ୍ରଥମ ସେଟ୍‌କୁ ୨୧-୧୨ରେ ଜିତି ନେଇଥିଲେ। ତେବେ ସାଇନା ଜବରଦସ୍ତ କମ୍‌ବ୍ୟାକ୍‌ କରି ୨୧-୧୧ ଓ ୨୧-୧୭ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସେଟ୍‌କୁ ଜିତି ମ୍ୟାଚ୍‌ କବଜା କରିଥିଲେ। ସାଇନା ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ କୋରିଆର କିମ ଗା ଇନଙ୍କୁ ଭେଟିବେ।

ପୁରୁଷ ଏକକରେ ସମୀର ବର୍ମା ୨୧-୧୩, ୧୭-୨୧ ଓ ୨୧-୧୮ରେ ଜାପାନର ସାକାଇ କାଜୁମାସାଙ୍କୁ ହରାଇଛନ୍ତି।



from Odisha Reporter http://bit.ly/2ICkwFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages