ଏନଆଇଏ କୋର୍ଟରେ ସାଧ୍ବୀଙ୍କ ବିରୋଧରେ ଅଭିଯୋଗ ଖାରଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଏନଆଇଏ କୋର୍ଟରେ ସାଧ୍ବୀଙ୍କ ବିରୋଧରେ ଅଭିଯୋଗ ଖାରଜ୍

ମୁମ୍ବଇ: 2008 ମସିହା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଶ୍ବସ୍ତି ଦେଇଛି। ସାଧ୍ବୀଙ୍କୁ ନିର୍ବାଚନରେ ଲଢ଼ିବାକୁ ଅନୁମତି ନ ଦେବାକୁ ମାଲେଗାଓଁ ବିସ୍ଫୋରଣରେ ଜଣେ ମୃତକଙ୍କ ବାପା ଏନଆଇଏ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଏହାର ଶୁଣାଣି କରି ଏନଆଇଏ କୋର୍ଟ କହିଛନ୍ତି କାହାକୁ ନିର୍ବାଚନରେ ଭାଗ ନନେବା ପାଇଁ ସେମାନେ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ନିର୍ବାଚନ ଅଧିକାରୀ ବା କମିଶନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ଆବେଦନକୁ ନେଇ କୋର୍ଟ ଆପତ୍ତି ଉଠାଇବା ସହିତ କହିଥିଲେ ଆବେଦନକାରୀ ଏଥିରେ ଦସ୍ତଖତ କରିନାହାନ୍ତି। ପୀଡିତ ବାପାଙ୍କ ଓକିଲ ଦସ୍ତଖତ କରି ଏହି ଆବେଦନ କରିଛନ୍ତି। ଯଦି ସାଧ୍ୱୀ ପ୍ରଜ୍ଞା ସୁସ୍ଥ ଅଛନ୍ତି ତା’ହେଲେ ଏବେ କାହିଁକି ଆବେଦନ କଲ ବୋଲି ପ୍ରଶ୍ନ କରିଛନ୍ତି ଏନଆଇଏ କୋର୍ଟ। ଏଥିପାଇଁ ଆବେଦନ ଖାରଜ କରାଗଲା ବୋଲି ଏନଆଇଏ କୋର୍ଟ ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ ଯେ, ପୀଡ଼ିତଙ୍କ ବାପା ଆବେଦନରେ ଦର୍ଶାଇଥିଲେ ସେ ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ସାଧ୍ବୀ ପ୍ରଜ୍ଞା ଜାମିନ ପାଇଛନ୍ତି। କିନ୍ତୁ ସେ ସଭା ସମିତି ସାଙ୍ଗକୁ ନିର୍ବାଚନ ପ୍ରଚାରରେ ସକ୍ରିୟ ଅଛନ୍ତି। ହେଲେ ସେ କୋର୍ଟରେ ହାଜିରା ଦେଉ ନାହାନ୍ତି। ତେଣୁ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ନିର୍ବାଚନରେ ନଲଢିବା ପାଇଁ ନିର୍ଦ୍ଦେଶ ଦିଆଯାଉ।
ଏହାପରେ ସାଧ୍ୱୀଙ୍କ ଓକିଲ ଜେ.ପି ମିଶ୍ରା ପକ୍ଷ ରଖି କହିଛନ୍ତି ସେ ଏବେ ଆଗ ଅପେକ୍ଷା ସୁସ୍ଥ ଅଛନ୍ତି, ତାଙ୍କ ସହିତ ଗୋଟିଏ ଡାକ୍ତରୀ ଟିମ୍ ରହୁଛି। ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ରଖି ଦାୟର କରାଯାଇଥିବା ସାଧ୍ଵୀ ପ୍ରଜ୍ଞା ଜବାବ ରଖିଥିଲେ। ଏଥିସହ ଜନ ପ୍ରତିନିଧି ଆକ୍ଟ 1951 ଅନୁଯାୟୀ ଯଦି କାହା ବିରୋଧରେ ଅପରାଧିକ ମାମଲା ଚାଲିଛି ତାହେଲେ ସେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀପତ୍ରକୁ ନେଇ ଆପତ୍ତି ଉଠିଥିଲା। ହେଲେ ନିର୍ବାଚନ ଅଧିକାରୀ ଆବେଦନକୁ ଗ୍ରହଣ କରି କହିଥିଲେ ସାଧ୍ୱୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ପ୍ରମାଣିତ ହୋଇ ନାହିଁ। ତେଣୁ ସେ ନିର୍ବାଚନ ଲଢ଼ିପାରିବେ।


from Odisha Reporter http://bit.ly/2XG8qPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages