
ନୂଆଦିଲ୍ଲୀ: ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟାଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଗଠିତ କମିଶନ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।
୨୦୧୬ ଡିସେମ୍ବର ୫ରେ ଜୟାଲଳିତାଙ୍କ ଚେନ୍ନାଇର ଆପୋଲୋ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିଲା। ତେବେ ଏହା ସ୍ୱାଭାବିକ ମୃତ୍ୟୁ ନାଁ ଏହା ପଛରେ ଷଡ଼ଯନ୍ତ୍ର ରହିଥିଲା, ଏକଥା ଜାଣିବା ପାଇଁ ଆପୋଲୋ ହସ୍ପିଟାଲ୍ ବିରୋଧରେ ତଦନ୍ତ କରିବାକୁ କ୍ଷମତାସୀନ ଏଆଇଏଡିଏମକେ ପକ୍ଷରୁ ତଦନ୍ତ କମିଶନ ଗଠନ ହୋଇଥିଲା।
ଏହା ବିରୋଧରେ ଆପୋଲୋ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଏପ୍ରିଲ ୪ରେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଫଳରେ ଆପୋଲୋ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ “ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ତଦନ୍ତ କମିଶନ କୌଣସି ପ୍ରକାରର ଆଗକୁ ବଢ଼ିପାରିବେ ନାହିଁ।” କିନ୍ତୁ ପରବର୍ତ୍ତୀ ଶୁଣାଣି କେବେ ହେବ, ତା’ହା ଜଣାପଡ଼ିନାହିଁ।
from Odisha Reporter http://bit.ly/2J5bi4r
No comments:
Post a Comment