
ନୂଆଦିଲ୍ଲୀ: ଶୁକ୍ରବାର ଲୋକପ୍ରିୟ କ୍ରିକେଟରରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀରଙ୍କ ନାମରେ କୁଆଡ଼େ ଦୁଇ ଦୁଇଟି ଭୋଟର ଆଇଡି ଅଛି। ଭୋଟର ତାଲିକାରେ ତାଙ୍କ ନାମ ଦୁଇଟି ସ୍ଥାନରେ ଥିବା ଦର୍ଶାଇ ତାଙ୍କ ବିରୋଧରେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ହଜାରୀ କୋର୍ଟରେ ଅଭିଯୋଗ କରାଯାଇଛି।
ଆମ୍ ଆଦ୍ମୀ ପାର୍ଟିର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶୀ କହିଛନ୍ତି, ଏହା ଏକ ଅପରାଧିକ କାର୍ଯ୍ୟ। ଗମ୍ଭୀରଙ୍କ ପ୍ରାର୍ଥୀତ୍ୱ ତୁରନ୍ତ ନାକଚ କରାଯାଉ। ଗମ୍ଭୀରଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଦାବି କରି ଏହି ଆବେଦନ କରାଯାଇଛି।
ସେ ଆଣିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ଉଭୟ ରାଜେନ୍ଦ୍ର ନଗର ଏବଂ କରୋଲବାଗ୍ରେ ଗମ୍ଭୀରଙ୍କ ନାମ ରହିଛି। ଏହି ଅପରାଧ ପାଇଁ ଗମ୍ଭୀର ଏକ ବର୍ଷ ଯାଏ ଜେଲଦଣ୍ଡ ଭୋଗିବେ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଏ ଅଭିଯୋଗକୁ ନେଇ ଗମ୍ଭୀର ଏଯାଏ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
from Odisha Reporter http://bit.ly/2IJPT1g
No comments:
Post a Comment