
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ତଳେ ଖୋର୍ଦ୍ଧାର ବିଜେପି କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବଡ଼ପୋଖରିଆରେ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।
ମଙ୍ଗୁଳିଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଧର୍ମେନ୍ଦ୍ର କହିଥିଲେ,“ହତ୍ୟାକାରୀମାନଙ୍କୁ ଛଡ଼ା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ସେମାନଙ୍କୁ ଦଣ୍ଡ ମିଳିବ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶରଣ ଦେଲେ ବି ଦଣ୍ଡରୁ ରକ୍ଷା କରିପାରିବେ ନାହିଁ।”
ସେ ଆହୁରି କହିଥିଲେ, ମଙ୍ଗୁଳି ଭାଇ ସ୍ଥାନୀୟ ଅଞ୍ଚଳରେ ଦଳର ମଙ୍ଗୁଆଳ ଥିଲେ। ଜଣେ ସଚ୍ଚୋଟ ରାଜନୀତିକ ବ୍ୟକ୍ତି ଭାବେ ସେ କୌଣସି ବୁଝାମଣା ନକରି ଗରିବଙ୍କ ଲୋକଙ୍କ ସେବା କରୁଥିଲେ। ଶାସକ ଦଳ ତାଙ୍କୁ ଗୁଳି କରି ହତ୍ୟା କରିଛି। ନିର୍ବାଚନରେ ଆସନ୍ନ ପରାଜୟ ଭୟରେ ଶାସକ ଦଳର ଲୋକମାନେ ପ୍ରତିପକ୍ଷ ଲୋକଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ପ୍ରତିପକ୍ଷ ଲୋକଙ୍କୁ ହତ୍ୟା କରି ନିର୍ବାଚନ କମିଶନ ପଦକ୍ଷେପ ନେବେ କହି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ।
from Odisha Reporter http://bit.ly/2KKfqZZ
No comments:
Post a Comment