ପ୍ରାକୃତିକ ଉପାୟରେ ମେହେନ୍ଦୀକୁ ଏପରି କରନ୍ତୁ ଗାଢ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ପ୍ରାକୃତିକ ଉପାୟରେ ମେହେନ୍ଦୀକୁ ଏପରି କରନ୍ତୁ ଗାଢ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାଘର ବେଳେ ସବୁ ଯୁବତୀ ଚାହାନ୍ତି ସେମାନଙ୍କ ମେହେନ୍ଦୀ ସବୁଠାରୁ ଗାଢ଼ ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ବହୁ ପ୍ରାଚୀନ କାଳରୁ ଏହାକୁ ସଜାଇ ହେବା ଲାଗି ବ୍ୟବହାର କରାଯାଉଛି। ବିଭିନ୍ନ ଡିଜାଇନ୍‌ରେ ମେହେନ୍ଦୀକୁ ହାତ ଏବଂ ପାଦରେ ଲଗାଯାଉଛି। ବାହାଘର ଓ ବିଭିନ୍ନ ପର୍ବ ପର୍ବାଣୀରେ ଝିଅ ଓ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି।

କୁହାଯାଏ ବାହାଘର ସମୟରେ ଯେଉଁ ଯୁବତୀଙ୍କ ମେହେନ୍ଦୀ ଯେତେ ଗାଢ଼ ହୁଏ ତାଙ୍କ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଯଦି ଚାହୁଁଛନ୍ତି ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ ତେବେ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ବତାଇବୁ।

୧) ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।

୨) ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ। ଆପଣ ଚାହିଁଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇବାକୁ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ୱାରା ଏହା ଅଧିକ ଗାଢ଼ ଦେଖାଯାଏ।

୩) ମେହେନ୍ଦୀ ଶୁଖିଲା ପରେ ହାତରେ ଲେମ୍ୱୁ ଓ ଚିନି ପାଣି ଲଗାଇ ରଖନ୍ତୁ। ଏହାସହିତ ଥରେ କିମ୍ୱା ଦୁଇ ଥର ସୋରିଷ ତେଲ ଲଗାନ୍ତୁ।

୪) ତାୱାରେ ଦୁଇରୁ ତିନୋଟି ଲବଙ୍ଗ ପକାଇ ହାତକୁ ପାଖକୁ ନେଇ ସେକନ୍ତୁ। ଏହାଦ୍ୱାରା ଆପଣ ଥଣ୍ଡା ହାତ ଗରମ ହେବା ସହ ମେହେନ୍ଦୀ ଗାଢ଼ ହୋଇଥାଏ।

୫) ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।

୬) ମେହେନ୍ଦୀକୁ କେବେହେଲେ ହିଟର କିମ୍ବା ଡ୍ରାୟରରେ  ଶୁଖାନ୍ତୁ ନାହିଁ। ସବୁବେଳେ ପ୍ରାକୃତିକ ଭାବେ ଶୁଖାଇବାକୁ ଚେଷ୍ଟା କରନ୍ତୁ।

୭) ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ। ମେହେନ୍ଦୀ ଛଡ଼ାଇବା ପରେ ସୋରିଷ ତେଲ ଲଗାଇଲେ ମେହେନ୍ଦୀ ଅଧିକ ଗାଢ଼ ଦେଖାଯିବ।

 



from Odisha Reporter http://bit.ly/2Dhx8O5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages