ବିଜେପିରେ ଗୁଜ୍ଜର ଆନ୍ଦୋଳନର ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିଜେପିରେ ଗୁଜ୍ଜର ଆନ୍ଦୋଳନର ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା କିରୋରି ସିଂହ ବୈଂଶାଲ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କିରୋରି ସିଂହ ବୈଂଶଲ ଏବଂ ତାଙ୍କ ପୁଅ ବିଜୟ ବୈଂଶଲ ପଦ୍ମ ଧରିଛନ୍ତି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରକାଶ ଜାଭଡେକର ଦଳକୁ ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଦ୍ୱିତୀୟ ଥର ପାଇଁ କିରୋରି ସିଂହ ବୈଂଶଲ ବିଜେପିରେ ସାମିଲ ହୋଇଛନ୍ତି। ୨୦୦୯ରେ ସେ ଟୋଙ୍କ-ସାୱାଇ ମାଧୋପୁର ଆସନରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ତେବେ ନିର୍ବାଚନ ହାରିବା ପରେ ସେ ଦଳଠାରୁ ଦୂରେଇ ଯାଇଥିଲେ।
ଗୁଜ୍ଜର ସଂପ୍ରଦାୟ ମଧ୍ୟରେ କିରୋରି ସିଂହ ବୈଂଶଲଙ୍କ ବେଶ ଦବଦବା ରହିଛି। ତେଣୁ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଏହା ନିଶ୍ଚିତ ଫାଇଦା ଦେବ ବୋଲି ରାଜନୀତିକ ସମୀକକ୍ଷମାନେ ମତଦେଇଛନ୍ତି।



from Odisha Reporter http://bit.ly/2VykCks

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages