ନିର୍ବାଚନ ଭଣ୍ଡୁର ପାଇଁ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ୍‌, ଡିଫ୍ୟୁଜ୍‌ କଲା ବିଏସ୍‌ଏଫ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ନିର୍ବାଚନ ଭଣ୍ଡୁର ପାଇଁ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ୍‌, ଡିଫ୍ୟୁଜ୍‌ କଲା ବିଏସ୍‌ଏଫ୍‌

କୋରାପୁଟ/ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ପୁଲିସକୁ ମିଳିଛି ବିପୁଳ ସଫଳତା। ସର୍ଚ୍ଚ ଅପରେଶନ ବେଳେ କୋରାପୁଟରୁ ଲ୍ୟାଣ୍ଡମାଇନ୍‌ ଓ ନୂଆପଡ଼ାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହା ପରେ ପୁଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

ନିର୍ବାନଚ ପୂର୍ବରୁ କୋରାପୁଟ ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ଲମତାପୁଟ ଥାନା ବାଲେର ପଞ୍ଚାୟତ ଅନ୍ତର୍ଗତ ଲୁଗୁମ ଗାଁରେ ଲ୍ୟାଣ୍ଡମାଇନ୍‌ ଥିବା ନେଇ ସୂଚନା ମିଳିବା ପରେ ବିଏସ୍‌ଏଫ୍ ପକ୍ଷରୁ ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ସନ୍ଦେହ କରାଯାଉଛି।

ସୂଚନାରୁ ପ୍ରକାଶ, ଆସନ୍ତାକାଲି କୋରାପୁଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଲ୍ୟାଣ୍ଡମାଇନ୍‌ ମିଳିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି।

ସେହିପରି ଛତିଶଗଡ଼ ସୀମା ନୂଆପଡ଼ା ଜିଲ୍ଲା କୋଦୋଭଟ୍ଟା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ଏଠାରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି। SOG ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିବା ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ପରେ ସର୍ଚ୍ଚବେଳେ ଉକ୍ତ ଜଙ୍ଗଲରୁ ନକ୍ସଲ ୟୁନିଫର୍ମ, ୨ଟି ପ୍ରେସରକୁକର, ୮ଟି ଜିଲେଟିନ୍‌, ୩ ବଣ୍ଡଲ ତାର, ୪ଟି ଡିଟୋନ୍‌ନେଟର, ପାଣି ଟାଙ୍କି ପ୍ରମୁଖ ଜବତ ହୋଇଛି। ଏଠାରେ କେତେଦିନ ଧରି ନକ୍ସଲ କ୍ୟାମ୍ପ ଚାଲିଥିଲା, ସେନେଇ ତଦନ୍ତ ଚାଲିଛି।



from Odisha Reporter http://bit.ly/2D5Xzqb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages