ଇସିଙ୍କ ପାଖରେ ପହଞ୍ଚିଲା କାଳିଆ କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଇସିଙ୍କ ପାଖରେ ପହଞ୍ଚିଲା କାଳିଆ କଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା କାଳିଆ କଳି। ଆଦର୍ଶ ଆଚରଣବିଧି ଲାଗୁ ପରେ ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଦେଉଥିବା ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅଟକା ଯାଇଥିବାରୁ ଏହାକୁ ନେଇ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡି।

ନିର୍ବାଚନ କମିଶନ ବିଜେଡିର ଅଭିଯୋଗ ଗ୍ରହଣ କରିବା ସହ ଏ ପ୍ରସଙ୍ଗରେ ଖୁବଶୀଘ୍ର ରାଜ୍ୟ ସରକାର ଓ ସିଇଓଙ୍କୁ ରିପୋର୍ଟ ମାଗିବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ପୀନାକି ମିଶ୍ର କହିଛନ୍ତି।

ନିର୍ବାଚନ କମିଶନଙ୍କୁ ଭେଟିବା ପରେ ପିନାକୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପିଏମ୍ କିଶାନ ଯୋଜନାରେ ଏବେ ବି ହିତାଧିକାରୀଙ୍କ ନାଁ ସାମିଲ ହେଉଥିବା ବେଳେ କାଳିଆ ଯୋଜନାରେ ପୂର୍ବ ଘୋଷିତ ହିତାଧିକାରୀଙ୍କୁ ବି ଟଙ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସିଇଓ । ବିଜେପି ନେତାଙ୍କ ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଏପରି କରିଥିବା ବିଜେଡି ଅଭିଯୋଗ କରିଛି ।



from Odisha Reporter http://bit.ly/2FSiOw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages