ଫୋନି’ରେ ପ୍ରଭାବିତ ହେବ ଏହି ସବୁ ଜିଲ୍ଲା; ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଫୋନି’ରେ ପ୍ରଭାବିତ ହେବ ଏହି ସବୁ ଜିଲ୍ଲା; ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନିକୁ ନେଇ ଉପକୂଳ ଜିଲ୍ଲାବାସୀ ଛାନିଆ ହୋଇପଡ଼ିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ ଯେପରି କ୍ଷୟକ୍ଷତିର ପରିମାଣ କମ୍ ହେବ, ସେନେଇ ଆଗୁଆ ସତର୍କ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆଲର୍ଟ କରାଯିବା ସହ ଆଜି ସୁଦ୍ଧା ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟାରେ ଯେପରି ଇଭିଏମ୍ ଓ ଭିଭିପାଟକୁ କ୍ଷତି ନ ପହଞ୍ଚେ ତା’ଉପରେ ବି ଗୁରୁତ୍ୱ ଦେଉଛି ପ୍ରଶାସନ।

ଫୋନି ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏଥିପାଇଁ କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ଜିଲ୍ଲା ପ୍ରଶାସନ। ଫୋନିକୁ ମୁକାବିଲା କରିବାକୁ ଏବେଠୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଲେଣି ଗଞ୍ଜାମ ଜିଲ୍ଲା ଗୋପାଳପୁର ମତ୍ସ୍ୟଜୀବୀ ଓ ଉପକୂଳ ବାସିନ୍ଦା।

ଫୋନି ପାଇଁ ଚିଲିକାରେ ବି କଟକଣା ଜାରି ହୋଇଛି। ୧ ତାରିଖରୁ ୫ ତାରିଖ ଯାଏ ଚିଲିକା ହ୍ରଦରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି ପ୍ରଶାସନ। ପର୍ଯ୍ୟଟକ, ଯାତ୍ରୀ ଏବଂ ମତ୍ସୀଜୀବୀଙ୍କ ପ୍ରବେଶ ଉପରେ ରୋକ୍ ଲାଗାଇବା ସହ ପାଣି ଭିତରୁ ଡଙ୍ଗା ହଟାଇ ନେବାରୁ ନିର୍ଦ୍ଦେଶ ଦିଆଯାଇଛି।

ଫୋନି ରାଜ୍ୟର ପ୍ରାୟ ୧୨ ଜିଲ୍ଲାକୁ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜକୁ ପ୍ରଭାବିତ କରିବାକୁ ଥିବାରୁ ଏ ସମସ୍ତ ଜିଲ୍ଲାରେ ସଜାଗ ହୋଇଛନ୍ତି ଜିଲ୍ଲା ପ୍ରଶାସନ।

ସମୁଦ୍ରକୂଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର, ଆବଶ୍ୟକ ରିଲିଫ୍ ସାମଗ୍ରୀ ମହଜୁଦ ଏବଂ ଅନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ନିଶ୍ଚିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରିଛନ୍ତି ଜିଲ୍ଲାପାଳ। ଏହାସହ ଇଭିଏମ୍ ଓ ଭିଭିପାଟ୍ ମେସିନକୁ ଯେପରି ସୁରକ୍ଷିତ ରଖାଯିବ, ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାରୁ ଜିଲ୍ଲାପାଳମାନେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତିତିଲି ବାତ୍ୟା ବେଳେ ସବୁ ପ୍ରକାର ସତର୍କତା ସତ୍ତ୍ୱେ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଥିଲା ପ୍ରକୃତି। ସେ ଦୃଷ୍ଟିରୁ ଦକ୍ଷିଣରୁ ଉତ୍ତର ଓଡ଼ିଶା ଯାଏ ସବୁଠି ବାତ୍ୟାର ଯଥେଷ୍ଟ ଆଗରୁ ସମ୍ପୂର୍ଣ୍ଣ ସତର୍କ ହେବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।



from Odisha Reporter http://bit.ly/2GKr9Ct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages