୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି।

ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢୁଛି। ତେବେ ଆଜି ମଧ୍ୟରାତି ବେଳକୁ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଫୋନି ଆସନ୍ତାକାଲି ଦିଗ ମୋଡ଼ ନେଇ ଉତ୍ତର ପୂର୍ବଦିଗରେ ଗତି କରିବା ସମ୍ଭାବନା ରହିଛି।

ଏହା ହେଲେ ଫୋନି ଆସନ୍ତା ୩ ତାରିଖରେ ଗୋପାଳପୁର ଓ ଚାନ୍ଦବାଲି  ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଫୋନି ଯୋଗୁଁ ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିବ । ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ଓ ୩ ତାରିଖ ସକାଳେ ୬୦ରୁ ୭୦ କିମି ଏବଂ ସଂଧ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ହେବାର ଆଶଙ୍କା କରାଯାଉଛି। ସେହିପରି ପ୍ରାୟ ଦେଢ ମିଟର ଉଚ୍ଚର ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିବ । ସେଥିଲାଗି ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସେପଟେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଏସଆରସି, କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନ୍ଫରେନସିଂରେ ଆଲୋଚନା କରିଛନ୍ତି। ସେହିପରି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ପୁର୍ଣ୍ଣ ରୂପେ ସଜାଗ ରହିବାକୁ କୁହାଯାଇଛି । ତିତଲି ଅପେକ୍ଷା ଫୋନି ବେଳେ ପବନର ବେଗ ଅଧିକ ହେବା ଆଶଙ୍କା ରହିଥିବା ଏସ୍‌ଆରସି କହିଛନ୍ତି। ଏଥିଲାଗି ୨୦ ୟୁନିଟ୍‌ ଓଡ୍ରାଫ, ୧୨ ୟୁନିଟ୍‌ NDRF ଓ ୩୩୫ ୟୁନିଟ୍‌ ଫାୟାର ସର୍ଭିସ ପ୍ରସ୍ତୁତ ରହିଛନ୍ତି। ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ୨ଟି ହେଲିକ୍ପଟର ସହ ଅତିରିକ୍ତ NDRF ଟିମ୍ ପଠାଇବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶା।

ସମ୍ଭାବ୍ୟ ବାତ୍ୟାକୁ ଦେଖି ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି। ଚେନ୍ନାଇ ଓ ବିଶାଖାପାଟଣାରେ ଦୁଇଟି ଜାହାଜ ପ୍ରସ୍ତୁତ ରହିଛନ୍ତି ଏଥିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ସମସ୍ତ ଉପକରଣ ସହ ଡାକ୍ତରୀ ଟିମ୍ ବି ପ୍ରସ୍ତୁତ ରହିଛନ୍ତି।

ଓଡ଼ିଶା ଦେଖିବ  ମେ’ ମାସରେ ମାହାବାତ୍ୟା !

ପୂର୍ବରୁ ୧୮୯୩, ୧୯୧୪, ୧୯୧୭, ୧୯୮୨ ଓ  ୧୯୮୯ରେ ମେ ମାସରେ ସାମୁଦ୍ରିକ ଝଡ଼ ଦ୍ୱାରା ଓଡ଼ିଶା ପ୍ରଭାବିତ ହୋଇଥିଲା । ସେ ଦୃଷ୍ଟିରୁ ସମ୍ଭାବ୍ୟ ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିପାରେ ଏହି ସାମୁଦ୍ରିକ ଝଡ଼। ଏସବୁ ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର  ସେହିଭଳି କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବି ଫୋନି ବ୍ୟାପକ କ୍ଷୟକ୍ଷତି ଘଟାଇବା ଆଶଙ୍କା ରହିଛି।  ତେଣୁ ଏସବୁ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଓ୍ୱାର୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।



from Odisha Reporter http://bit.ly/2ZKtPZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages