‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ରିଲିଜ ପୂର୍ବରୁ ତାରା ଦେଲେ କରନଙ୍କୁ ଝଟକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ରିଲିଜ ପୂର୍ବରୁ ତାରା ଦେଲେ କରନଙ୍କୁ ଝଟକା

ମୁମ୍ୱାଇ:  କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରେ ଟାଇଗର ସ୍ରଫଙ୍କ ବିପକ୍ଷରେ ନଜର ଆସିବେ ୨ ନବାଗତା ତାରା ସୁତରିଆ ଓ ଅନନ୍ୟା ପାଣ୍ଡେ। ଅନନ୍ୟା ବଲିଉଡ଼ କଳାକାର ଚଙ୍କି ପାଣ୍ଡେଙ୍କ ଝିଅ ହୋଇଥିବା ବେଳେ ତାରାଙ୍କର କୌଣସି ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡ ନାହିଁ। ଏହି ଫିଲ୍ମ ରିଲିଜ ପୂର୍ବରୁ ତାରା କିନ୍ତୁ ଏହାର ପ୍ରଡ୍ୟୁସର କରନଙ୍କୁ ଦେଇଛନ୍ତି ବଡ଼ ଝଟକା।

ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ କରନ ଜୋହର ଓ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ବିବାଦ ଥମିବା ନାଁ ଧରୁନି। ସୁଯୋଗ ପାଇଲେ ଉଭୟ ପରସ୍ପରକୁ ଦୋଷାରୋପ କରିବାକୁ ପଛାଉ ନାହାନ୍ତି।  କରନ ଜୋହର ନେପୋଟିଜିମ୍‌କୁ ପ୍ରୋତ୍ସାହିତ କରିବାରେ ନମ୍ବର ଏକ ଅଟନ୍ତି ବୋଲି  କିଛି ଦିନ ପୂର୍ବରୁ ଏକ ଇଣ୍ଟରଭିୟୁରେ କହିଥିଲେ କଙ୍ଗନା।

ଏପରି ସ୍ଥିତିରେ ୨ ଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ବେଳେ କଙ୍ଗନାଙ୍କୁ ନିଜ ରୋଲ ମଡ଼େଲ କହିଛନ୍ତି ତାରା।  ନିଜ ଫିଲ୍ମ ରିଲିଜ୍‌ ପୂର୍ବରୁ ତାରାଙ୍କ ଏପରି ବୟାନ କରନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜକୁ କଙ୍ଗନାଙ୍କ ବଡ଼ ଫ୍ୟାନ କହଥିବା ତାରା ଆଗକୁ କରନଙ୍କ କୋପର ଶିକାର ନ ହେବେ ବୋଲି କହିବା ମୁସ୍କିଲ।

ଏକ ଇଣ୍ଟରଭିୟୁରେ ତାରା କହିଛନ୍ତି ଯେ,  ସେ କଙ୍ଗନାଙ୍କ ବହୁତ ସମ୍ମାନ କରନ୍ତି। ସେ କହିଲେ ଯେ, କଙ୍ଗନା ବହୁତ ଖୋଲା ମିଜାଜର ହେବା ସହ କାହାଦ୍ୱାରା ଭୟଭୀତ ନ ହୋଇ ନିଜ ଯୁକ୍ତି ରଖି ପାରନ୍ତି। ଏଥିପାଇଁ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି। କଙ୍ଗନା ବଲିଉଡ଼ ବ୍ୟାକ୍‌ ଗ୍ରାଉଣ୍ଡର ହୋଇ ନ ଥିବା ବେଳେ ନିଜ ପ୍ରତିଭା ବଳରେ ହିଁ ସେ ସ୍ୱତନ୍ତ୍ର ପରିଚୟ ପାଇବା ସହ ସଫଳତା ପାଇପାରିଛନ୍ତି ।

କଙ୍ଗନାଙ୍କ ପ୍ରଶଂସା କରିବାକୁ ଯାଇ ତାରା କହିଛନ୍ତି, ଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ସତ୍ତ୍ୱେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି। ସେ ଯାହା କିଛି ପାଇଛନ୍ତି, ତାହା ନିଜ ପରିଶ୍ରମ ବଳରେ  ।

କିଛି ଦିନ ପୂର୍ବେ କରନ ଜୋହର ଓ କଙ୍ଗନାଙ୍କ ମଧ୍ୟରେ ନେପୋଟିଜିମ୍‌କୁ ନେଇ ବିବାଦ ଦେଖା ଦେଇଥିଲା। କରନ ଏକ ମଞ୍ଚ ଉପରେ କଙ୍ଗନାଙ୍କ ମଜା ଉଡ଼ାଇ ସେ ବେକାର ଥିବା ସହ ତାଙ୍କୁ ଚାକିରୀର ଆବଶ୍ୟକତା ଥିବା କହିଛନ୍ତି।  ଏହାର ଜବାବ ଦେବାକୁ ଯାଇ କଙ୍ଗନା କହିଲେ ଯେ, କରନ ମୋ ଟ୍ୟାଲେଣ୍ଟ ଦେଖିବା ସହ ନିଜ ଫିଲ୍ମ ଦେଖନ୍ତୁ। କିଛି ଲୋକଙ୍କୁ ଚବନପ୍ରାଶ୍‌ର ଡୋଜ ଆବଶ୍ୟକ।

ମୋତେ କାହାର ସାହାଯ୍ୟ ଦରକାର ପଡ଼େ ନାହିଁ।  ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ବଢି ଚାଲିଛି। ଏପରି ସ୍ଥିତିରେ ତାରଙ୍କ ବୟାନ ଶୁଣିବା ପରେ କରନଙ୍କ ମୁଡ଼ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା।



from Odisha Reporter http://bit.ly/2XHWmNn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages