ତୁମ ପାଠକୁ ଧିକ୍‌: ପୋଖତ ଭୁବନେଶ୍ୱରିଆ, ହେଲେ ଭୋଟ୍‌ ଦେଉନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ତୁମ ପାଠକୁ ଧିକ୍‌: ପୋଖତ ଭୁବନେଶ୍ୱରିଆ, ହେଲେ ଭୋଟ୍‌ ଦେଉନ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର। ଶିକ୍ଷିତଙ୍କ ସହର, ବାବୁ ମେମ୍‌ ସାହେବଙ୍କ ସହର। ରାଜ୍ୟଯାକର ଚିନ୍ତା ଏଇଠି ଉଠେ ଏଇଠି ପଡେ। କଥାରେ କଥାରେ ଲୋକେ କୁହନ୍ତି ଭୁବନେଶ୍ୱରିଆଙ୍କ ସହ କେହି ସରି ନୁହେଁ। କଥାଟି ଏଥର ସତ ହୋଇଥିଲେ ବି ବଡ଼ ଅପମାନିତ କରିଛି ଭୁବନେଶ୍ୱରକୁ। ୨୦୧୯ ସାଧାରଣ ନିର୍ବାଚନ ଲାଗି ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୋଲିଂ ହୋଇଥିଲେ ହେଁ ଏଠାକାର ଭୋଟ ହାର ଥିଲା ସର୍ବନିମ୍ନ।

ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ୩ୟ ପର୍ଯ୍ୟାୟରେ ସମ୍ବଲପୁରେ ୭୬.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ଏହି ହାର ଥିଲା ୭୮.୧୬। ସେହିପରି ଢେଙ୍କାନାଳରେ ୭୪.୯୮, କଟକରେ ୬୯.୬୫, ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ରହିଛି ସବା ପଛରେ। ଭୁବନେଶ୍ୱରର ଭୋଟ ହାର ରହିଛି ୫୯.୬୦ ପ୍ରତିଶତ।

ଏହି ତାଲିକାକୁ ପଢିବା ପରେ ଆପଣ ବୁଝିପାରୁଥିବେ ବାସ୍ତବରେ ଭୁବନେଶ୍ୱରିଆଙ୍କୁ କେହି ସରି ନୁହେଁ। ମାଳ ମାଳ ୪ ଚକିଆ, ଚିକ୍‌ଚିକ୍‌ ରାସ୍ତାରେ ଚାଲୁଥିବା ଲୋକେ ଏଥର କିନ୍ତୁ ମତଦାନ କେନ୍ଦ୍ରକୁ ଯିବାକୁ ବୋଧହୁଏ ଗାଡି ଫେଲ୍‌ ହୋଇଗଲେ କହିଲେ ଅତ୍ୟୁକ୍ତି ହେବନି। ବ୍ୟାଙ୍ଗାତ୍ମକ ଢଙ୍ଗରେ ଆମେ ଏମିତି କହି ଦେଉଥିଲେ ବି ବାସ୍ତବରେ କଥାଟି ଚିନ୍ତାଜନକ।

ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସଚେତନ ଭୋଟର ହେଉଛନ୍ତି ପ୍ରମୁଖ ଉପାଦାନ। ସ୍ଥିର ସସ୍ତିସ୍କ ଆଉ ସଂଞ୍ଜତ୍‌ ବୁଦ୍ଧି ଖଟାଇ ଉଚିତ୍‌ ବ୍ୟକ୍ତିକୁ ଶାସନ ଗାଦିରେ ସଂସ୍ଥାପିବା ହେଉଛି ଜଣେ ଭାରତୀୟ ନାଗରିକର ପ୍ରମୁଖ କର୍ତ୍ତବ୍ୟ। ହେଲେ ଯଦି ଶିକ୍ଷିତ ବୋଲାଉଥିବା ଆମ ଭଳି ଧୋବଧୋବଳିଆ ଲୋକେ ଭୋଟ୍‌ ନ ଦେବେ ତା ହେଲେ କହିବେ କାହାକୁ। ଅଳ୍ପଶିକ୍ଷିତ, ଅର୍ଦ୍ଧଶିକ୍ଷିତ ବ୍ୟକ୍ତି ପ୍ରଲୋଭନର ଶିକାର ହୁଅନ୍ତି। ସେମାନଙ୍କ ପରିସ୍ଥିତି ସେମାନଙ୍କୁ ଜଣେ ଅନୁଚିତ୍‌ ପ୍ରାର୍ଥୀକୁ ଭୋଟଠ୍‌ ଦେବାକୁ ପ୍ରୋତ୍ସାହିତ କରେ। ହେଲେ ଜଣେ ଶିକ୍ଷିତ ମଣିଷ ଏଥିରେ ବ୍ୟତିକ୍ରମ। ଏଣୁ ଭୁବନେଶ୍ୱରର ଭୋଟ ହାର କମିବା ନିଶ୍ଚିତ ଭାବେ ଶିକ୍ଷିତ ସମାଜ ପ୍ରତି ଏକ ଧିକ୍କାର କହିଲେ ଠିକ୍‌ ହେବ।

ଏପ୍ରିଲ୍‌ ୨୩ ତାରିଖରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍‌ ହୋଇଥିଲ। ଏହି ନିର୍ବାଚନ ମଣ୍ଡଳୀ ସଂଲଗ୍ନ ବିଧାନସଭା କ୍ଷେତ୍ରଗୁଡିକ ହେଉଛି ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଆଉ ବେଗୁନିଆ। ଏହି ନିର୍ବାଚନମଣ୍ଡଳୀର ଭୋଟ ହାରକୁ ଦେଖିଲେ ବେଗୁନିଆରେ ସର୍ବାଧିକ ୭୩.୫୦ ପ୍ରତିଶତ ଭୋଟ୍‌ ହୋଇଛି। ସେହିପରି ଜୟଦେବରେ ୭୧.୫୭, ଭୁବନେଶ୍ୱର ଉତ୍ତରରେ ୪୬.୪୦, ଏକାମ୍ରରେ ୫୯.୫୦, ଜଟଣୀରେ ୬୯.୩୨, ଖୋର୍ଦ୍ଧାରେ ୭୧.୫୦ ପ୍ରତିଶତ ମତଦାନ ହୋଇଥିଲେ ହେଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୪୨.୦୩ ପ୍ରତିଶତ ଭୋଟ୍‌ ହୋଇଛି।

ଏଇଠି ଜଣାଇଦେବାକୁ ଚାହୁଁଛୁ ଯେ, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ହେଉଛି ଭୁବନେଶ୍ୱର ସହରର ସବୁଠାରୁ ବଡ଼ ଅଂଶ। ଅଧିଂକାଶ ଶିକ୍ଷିତ ଭୋଟର ଏହି ଅଞ୍ଚଳରେ ହିଁ ରୁହନ୍ତି। ହେଲେ ଏଠାରେ ମତଦାନ ହାର ସବୁଠୁ କମ୍‌ ହୋଇଥିବାରୁ ଏଠାକର ଶିକ୍ଷିତମାନେ ଭୋଟ ଗ୍ରହଣକୁ ବାସ୍ତବରେ କେବେ ସକାରାତ୍ମକ ଭାବେ ଉପଲବ୍ଧି କରିଛନ୍ତି ତାହା ଜଣାପଡିଗଲା। ଟିଭିରେ ବାଇଟ୍‌ ଦେଲାବେଳେ ଏଠାକାର ଲୋକେ ଅମୂକ ସରକାର ଆସିବା ଦରାକର ସମୁକ ସରକାର ଯିବା ଦାରକାର, ପରିବର୍ତ୍ତନ ଆଦି ପାଇଁ ବଡ଼ ବଡ଼ କଥା କହୁଥିଲେ ହେଁ ସବୁ ଫସର ଫାଟି ଯାଇଛି।

ସୋଶାଲ ମିଡିଆରେ ଏହାକୁ ନେଇ ଲୋକେ ବ୍ୟଙ୍ଗ ବିଦ୍ରୁପ କରୁଛନ୍ତି, ଜଣେ ୟୂଜର ଲେଖିଛନ୍ତି ।“ସ୍ମାର୍ଟସିଟିର ସିଆଣିଆଗୁଡାକ ଏମାନେ I ଛୁଟି ନେଲେ, ମଜା ମାରିଲେ, ସବୁ କଲେ I ହେଲେ ଭୋଟ୍ ଦେଲା ବେଳକୁ କୋଷ୍ଠ କାଠିନ୍ୟ ? କ’ଣ ନା ଆମେ ଭୁବନେଶ୍ୱରିଆ…ଚୋପା ନା ଆଉ I ଗାଁ ଲୋକଙ୍କ ଭୋଟରେ ତମ ସହରର ଭାଗ୍ୟ ବଦଳେ, ତମର ବି I ତା’ପରେ କହିବ କ’ଣ ନା “କିରେ ଗାଁରୁ ଆଇଚୁ ବୋଧେ” I ଥୁ….ତମ ସହରିପଣିଆକୁ I”



from Odisha Reporter http://bit.ly/2IFYNg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages