‘ନବୀନ ବାବୁ ! ୧୦ କଦମ୍‌ ଚାଲିବାକୁ କେତେ ସମୟ ଲାଗୁଛି ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

‘ନବୀନ ବାବୁ ! ୧୦ କଦମ୍‌ ଚାଲିବାକୁ କେତେ ସମୟ ଲାଗୁଛି ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ପୂରା ଫିଟ୍‌। ଏହି କଥାକୁ ଜନତାଙ୍କ ପାଖକୁ ପହଞ୍ଚାଇବାକୁ ନିକଟରେ ଏକ ଭିଡିଓ ଭାଇରାଲ କରାଗଲା। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭଲ ଥିବା ଜାଣି ଆଶ୍ୱସ୍ତ ହେଲା ଓଡ଼ିଶା। କିନ୍ତୁ ଦିନ କେଇଟା ନ ଯାଉଣୁ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ହାଲିଆ ହୋଇ ପଡୁଥିବା ଦେଖିଲେ ଓଡ଼ିଆ ଲୋକେ। ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ତର୍କ ବିତର୍କ ହେଲା। ରାଜନେତାଙ୍କୁ ଚିରାଚରିତ ଢଙ୍ଗରେ ଲୋକେ ବ୍ୟଙ୍ଗ ମଧ୍ୟ କଲେ। ହେଲେ ଏବେ ଏଇ କଥାଟିରେ ଏଥର ଲାଗିଛି ରାଜନୀତିକ ରଙ୍ଗ।

“୫୬ ଇଞ୍ଚ ଓସାର ଛାତିର ମଣିଷ ନରେନ୍ଦ୍ର ମୋଦି। ଦିନକୁ ଯିଏ ୧୮ ଘଣ୍ଟା ପରିଶ୍ରମ କରନ୍ତି। ହେଲେ…‘ନବୀନ ବାବୁ…୧୦ କଦମ୍‌ ଚାଲିବାକୁ କେତେ ସମୟ ଲାଗୁଛି… କହି ପାରିବେ କି ?’’

ହସରେ ହସରେ ମୁଖ୍ୟମନ୍ତ୍ରୀଙ୍କ ଫିଟ୍‌ନେସ୍‌କୁ ନେଇ ବ୍ୟଙ୍ଗ ଛଳରେ ଏମିତି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଦମ୍‌ଦାର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଧର୍ମେନ୍ଦ୍ର ବାବୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ନିଆରା ଢଙ୍ଗରେ ସମାଲୋଚନା କରି ସାଧାରଣଙ୍କ ଜନତାଙ୍କ କାନରେ ଫୁଙ୍କିଛନ୍ତି ବିଜେପି ମନ୍ତ୍ର।

ବୁଧବାର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବଡ଼ମ୍ବା ନରସିଂହପୁର ଆସିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଚିରାଚରିତ ଢଙ୍ଗରେ ଓ ଭାଷାରେ ସେ ନବୀନ ପଟ୍ଟନାୟକଙ୍କ  ଉପରେ ବର୍ଷିଥିଲେ।

ଆରମ୍ଭ ହୋଇଥିଲା ଏମିତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ମୋଦି କିଏ ? 

କୁଆଡେ ଥିଲେ ?

ଦିଲ୍ଲୀ ନେତାମାନେ ଓଡ଼ିଶାର କ’ଣ କରିବେ ?

ଆମେ ତାର ଜବାବ ଦେବା ନା ନାହିଁ କହିଲେ ?’

ପ୍ରଧାନ ଏମିତି ପ୍ରଶ୍ନ କରିଥିଲେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ । ତା ପରେ ଲମ୍ବା ତାଲିକା ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଅପାରଗତାର।

୧୯ ବର୍ଷର ଶାସନରେ ଗାଁକୁ ପାଇପ ପାଣି ଆସିଛି କି ?

ଜଳସେଚନ ବ୍ୟବସ୍ଥା ହୋଇଛି କି ?

୨୪ ଘଣ୍ଟା ବିଜୁଳି ରହୁଛି ନା ନାଇଁ ?

୧୯ ବର୍ଷର ଶାସନ ଦାୟିତ୍ୱରେ ନବୀନ ବାବୁଙ୍କ ଦ୍ୱାରା କ’ଣ ସବୁ ବିକାଶ ହୋଇଛି ଏଠି ?

କେନ୍ଦ୍ର ସରକାରଙ୍କ ସଫଳତାର ଏକ ତାଲିକା ଦେଇ ସେ କହିଥିଲେ-

କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ରାଜ୍ୟ ସରକାର ଓଡ଼ିଶାରେ କାର୍ଯ୍ୟକାରୀ କଲେନି। ପ୍ରଧାନମନ୍ତ୍ରୀ କୃଷକ ଯୋଜନା କଲେ। ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ପଡ଼ିଥାନ୍ତା। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ଦେଲେନି । କଂଗ୍ରେସ ସରକାରଙ୍କୁ ଅନେକ ବର୍ଷ ଶାସନ କ୍ଷମତା ଦେଲ। ନବୀନ ପଟ୍ଟନାୟକଙ୍କୁ ୧୯ ବର୍ଷ ଶାସନ କ୍ଷମତା ଦେଲ। ଏଥର ଭାରତୀୟ ଜନତା ପାର୍ଟିକୁ ୫ ବର୍ଷ ଶାସନ କରିବାର ସୁଯୋଗ ଦିଅନ୍ତୁ। ମୋଦି ସରକାରଙ୍କୁ କ୍ଷମତାକୁ ଆଣନ୍ତୁ । ଦେଖିବେ  ଓଡ଼ିଶା କେଉଁଠୁ କଉଁଠିକୁ ଯାଉଛି।



from Odisha Reporter http://bit.ly/2PfTPXO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages