
ମୁମ୍ବାଇ: କଂଗ୍ରେସ ଟିକେଟ୍ରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ରିଲାଏନ୍ସ ଗ୍ରୁପ୍ରୁ ଅଧ୍ୟକ୍ଷ ମୁକେଶ ଅମ୍ବାନି ସମର୍ଥନ କରି ଭୋଟ ଦେବାକୁ କହିଛନ୍ତି। ମିଲିନ୍ଦ ଆଜି ଏକ ଭିଡିଓ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ମୁକେଶ ଅମ୍ବାନି ତାଙ୍କୁ ସମର୍ଥନ କରିବାର ଦୃଶ୍ୟ ରହିଛି। ମୁକେଶ ଅମ୍ବାନିଙ୍କ ଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ଓ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ବାରମ୍ବାର ଟାର୍ଗେଟ କରୁଛନ୍ତି। ଏପରି ସ୍ଥିତିରେ ମୁକେଶ ଅମ୍ବାନି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଭିଡିଓରେ ମୁକେଶ କହିଛନ୍ତି ଯେ “ମିଲିନ୍ଦ ହେଉଛନ୍ତି ଦକ୍ଷିଣ ମୁମ୍ବାଇର ଲୋକ। ସାମାଜିକ, ଅର୍ଥନୀତିକ ଓ ସାଂସ୍କୃତିଙ୍କ କ୍ଷେତ୍ରରେ ମିଲିନ୍ଦଙ୍କ ଗଭୀର ଜ୍ଞାନ ରହିଛି।” ଏହି ଭିଡିଓକୁ ଜାରି କରି ମିଲିନ୍ଦ ଲେଖିଛନ୍ତି, “ ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପପତିଙ୍କ ପର୍ଯ୍ୟନ୍ତ ଦକ୍ଷିଣ ମୁମ୍ବାଇରେ ବ୍ୟବସାୟ କରିଥାନ୍ତି। ଆମେ ଜିତିଲେ ମୁମ୍ବାଇର ବ୍ୟବସାୟ କ୍ଷେତ୍ର ଆହୁରି ଆଗକୁ ବଢ଼ିବ ଏବଂ ଯୁବକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।”
ଭାରତର ନିର୍ବାଚନରେ ବିଶିଷ୍ଟ ଶିଳ୍ପପତିମାନେ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏକ ବିରଳ ଘଟଣା। ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବାରୁ ନିଜ ଭାଇଙ୍କୁ ଏଥିରୁ ରକ୍ଷା କରିବା ପାଇଁ ମୁକେଶ ଅମ୍ବାନି ଏଭଳି ଏକ ଭିଡିଓ ଜାରି କରିଥିବା କୁହାଯାଉଛି।
from Odisha Reporter http://bit.ly/2vbcYBd
No comments:
Post a Comment