୪୦୦ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

୪୦୦ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ବିଜେପି ବର୍ତ୍ତମାନସୁଦ୍ଧା ମୋଟ ଲୋକସଭା ଆସନରୁ ୪୦୦ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବାକି ଆସନରେ ଏନଡିଏର ସହଯୋଗୀ ଦଳ ପାଇଁ ଛାଡ଼଼ିଛି। ଟିକେଟ କଟାଯାଇଥିବା ପ୍ରାର୍ଥୀଙ୍କ ମଧ୍ଯରେ ୭୧ ଜଣ ସାଂସଦ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ।

ଛତିଶଗଡ଼ରେ ସାଂସଦଙ୍କ କାର୍ଯ୍ଯଧାରା ଏବଂ ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ହେବା ପରେ ବିଜେପି  ସମସ୍ତ ସାଂସଦଙ୍କ ଟିକେଟ କାଟିଛି। ସେହିପରି ଝାରଖଣ୍ଡ ଓ ମହାରାଷ୍ଟ୍ରରେ ପାଖାପାଖି ଅଧା ସାଂସଦଙ୍କ ଟିକେଟ ଦଳ କାଟିଥିବା ଜଣାପଡ଼ିଛି।

ବିଭିନ୍ନ ସ୍ଥାନରେ କ୍ଷମତା ବିରୋଧୀ ଆକ୍ରୋଶ ଏବଂ ନିକଟରେ ହୋଇଥିବା ୫ରାଜ୍ଯର ନିର୍ବାଚନରେ ବିଜେପି ୩ ରାଜ୍ଯରେ କ୍ଷମତା ହରାଇବା ପରେ ୭୧ ସାଂସଦଙ୍କ ଟିକେଟ କାଟିଛି। ଏଥିସହ ଟିକେଟ କଟାଯିବା ପୂର୍ବରୁ ସମସ୍ତ ସାଂସଦଙ୍କ ରିପୋର୍ଟ କାର୍ଡ ଦଳର ରାଷ୍ଟ୍ରୀୟ ସଭାପତି ମଗାଇଥିଲେ। ଏଥିରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ କିଭଳି ଲୋକଙ୍କ ପାଖରେ ପହଞ୍ଚିଛି ସେ ନେଇ ରିପୋର୍ଟ ମଗାଯାଇଥିଲା। ଏଥିରେ ଅନେକ ସାଂସଦଙ୍କ କାର୍ଯ୍ଯଧାରାକୁ ନେଇ ଦଳ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଥିଲା।

 



from Odisha Reporter http://bit.ly/2I3gFRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages