ଶତାଧିକ କର୍ମୀଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରମୋଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଶତାଧିକ କର୍ମୀଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଲେ ପ୍ରମୋଦ

pramod

ପାରାଦୀପ(ରମାକାନ୍ତ ନାୟକ): କଂଗ୍ରେସରୁ ଇସ୍ତଫା ଦେଲେ ପ୍ରମୋଦ କିଶୋର ଜେନା। ପ୍ରମୋଦ ରାଜ୍ୟ କଂଗ୍ରେସର ସମ୍ପାଦକ ପଦରେ ଥିଲେ। ତାଙ୍କ ସହିତ ଶତାଧିକ କର୍ମୀ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ପାରାଦୀପ କଂଗ୍ରେସକୁ ଝଟ୍‌କା ଲାଗିଥିବା କୁହାଯାଉଛି।

ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ପ୍ରମୋଦଙ୍କ ସହିତ ଅନ୍ୟ କର୍ମୀମାନଙ୍କ ଦସ୍ତଖତ ରହିଛି।

କଂଗ୍ରେସ ଦଳ ନିଜର ନୀତି, ଆଦର୍ଶକୁ ଜଳାଞ୍ଜଳି ଦେଇ କ୍ରମଶଃ ବିପଥଗାମୀ ହେବାରେ ଲାଗିଛି। ଗରିବ ଜନସାଧାରଣଙ୍କ ଆସ୍ଥା ହରାଇ ଦଳ ଦିନକୁ ଦିନ ରସାତଳଗାମୀ ହେଉଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରାଯାଇଛି।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ତୃଣମୂଳ ସ୍ତରରେ କର୍ମୀମାନେ କଂଗ୍ରେସର କାର୍ଯ୍ୟଧାରା ଉପରେ ବିଶ୍ୱାସ ହରାଇ ଅନ୍ୟ ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି। ଦଳର ଏପରି ଶୋଚନୀୟ ଅବସ୍ଥା ପାଇଁ ଟିକେଟ୍‌ ପାଇ ମଧ୍ୟ ପ୍ରାର୍ଥୀମାନେ ଅନ୍ୟ ଦଳରେ ଯୋଗ ଦେଉଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।

ପ୍ରମୋଦ ଓ ଏହି କର୍ମୀମାନେ ଆହୁରି ଲେଖିଛନ୍ତି ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଚଳିତ ବର୍ଷ ଜଣେ ଅପରାଧୀ ଓ ଅପରାଧ ପ୍ରବଣ ବ୍ୟକ୍ତିକୁ ଦଳ ପ୍ରାର୍ଥୀ କରିଛି। ଏଭଳି ସ୍ଥିତିରେ ସେମାନେ ଆଉ କଂଗ୍ରେସରେ ରହିବାକୁ ଉଚିତ୍ ମନେ କରୁନାହାନ୍ତି।

ଇସ୍ତଫାପତ୍ରରେ ଚିରଞ୍ଜିବ ବିଶ୍ୱାଳଙ୍କୁ ମଧ୍ୟ ସମାଲୋଚନା କରାଯାଇଛି। ଏଥିରେ ଲେଖା ଯାଇଛି, ଜଗତସିଂହପୁର ଜିଲ୍ଲା କଂଗ୍ରେସର ନେତୃତ୍ୱ ନେଉଥିବା ଚିରଞ୍ଜିବ ବିଶ୍ୱାଳ ଜଗତସିଂହପୁର ବିଧାନସଭା ମଣ୍ଡଳୀରେ ନିଜର ସ୍ଥିତି ଦୃଢ଼ ରଖିବା ପାଇଁ ଅନ୍ୟ ଦଳ ସହିତ ଭିତିରି ବୁଝାମଣା କରିଛନ୍ତି। ଆପେ ବଞ୍ଚିଲେ ବାପର ନାଁ ଉକ୍ତି ଅନୁଯାୟୀ ସେ ଜିଲ୍ଲା ଅନ୍ୟ ବିଧାନସଭା ଆସନ ଓ ଲୋକସଭା ଆସନକୁ ବଳି ପକାଇ ଦେଇଛନ୍ତି।



from Odisha Reporter http://bit.ly/2WRJILv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages