ଭୋଟରଙ୍କୁ ପ୍ରଭାବିତ କରି ଫସିଗଲେ ଦୁଇ ପୋଲିଂ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଭୋଟରଙ୍କୁ ପ୍ରଭାବିତ କରି ଫସିଗଲେ ଦୁଇ ପୋଲିଂ କର୍ମଚାରୀ

jail

ଯାଜପୁର (ଗୁଲାମ୍ ଗସ୍‌): ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। କାରଣ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି।

ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।

ଏଦୁହେଁ ବୁଥ୍ ଭିତରେ ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳର ଚିହ୍ନରେ ଭୋଟ୍ ଦେବାକୁ କହୁଥିବାର ଭିଡିଓ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲା। ସେ ଭିଡିଓଗୁଡ଼ିକୁ ତର୍ଜମା କରିବା ପରେ ଦୁଇ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ।

ସୂଚନାଯୋଗ୍ୟ, ଆଜି କେନ୍ଦ୍ରାପଡ଼ାର ଆଳିରେ ଏକ ବୁଥ୍‌ରେ ଜଣେ ବ୍ୟକ୍ତି ଭୋଟିଂ ବେଳେ ଇଭିଏମ୍‌ ପାଖରେ ଉପସ୍ଥିତ ରହୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ସେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି। ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ କୁହାଯାଇଛି ବୋଲି ଡିଜିପି ଆର୍‌ପି ଶର୍ମା ଟ୍ୱିଟ୍ କରି କହିଛନ୍ତି।



from Odisha Reporter http://bit.ly/2J0RYFb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages