୪୭୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

୪୭୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୭ତମ ସାଧାରଣ ନିର୍ବାଚନ ସରିଗଲା। ଆଜି ଦିନକ ପରେ ଓଡ଼ିଶା ଆକାଶରୁ ରାଜନୀତି ତାତି କମିଯିବ। ଏବେ ପୂର୍ବାନୁମାନ କିଏ କେଉଁଠୁ ଜିତିବ। ଆସନ୍ତୁ ଜାଣିବା ଏବେ ୨୦୧୯ ନିର୍ବାଚନ ଲଢିଥିବା ପ୍ରାର୍ଥୀମାନଙ୍କ ବିଷୟରେ କିଛି। ଓଡ଼ି଼ଶା ଇଲେକ୍ସନ ୱାଚ୍‌ ଓ ଅସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍ ପକ୍ଷରୁ ୧୯-ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ବିଷୟରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି।

ଏହି ତଥ୍ୟ ଅନୁଯାୟୀ, ଏଥର ନିର୍ବାଚନରେ ଓଡ଼ିଶାରେ ବିଭିନ୍ନ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ୧୧୩୭ ଜଣ। ସେମାନଙ୍କ ମଧ୍ୟରୁ ୧୧୨୧ ନାମାଙ୍କନପତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ୧୬ ଜଣ ପ୍ରାର୍ଥୀ ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇ ନାହାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ୨ଜଣ, ବିଜେଡିର ଜଣେ ପ୍ରାର୍ଥୀ।

ଜଣାଯାଇଛି, ୪୭୨ ଜଣ ଅର୍ଥାତ ୪୨ ପ୍ରତିଶତ ପ୍ରତିଶତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ଏବଂ ୧୦ମ ପାସ୍‌। ୫୯୮ ଜଣ ଅର୍ଥାତ ୫୩ ପ୍ରତିଶତ ପ୍ରାର୍ଥୀ ଗ୍ରାଜୁଏଟ କିମ୍ବା ତାଠାରୁ ଅଧିକ ବୋଲି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଛନ୍ତି। ୮ ଜଣ ପ୍ରାର୍ଥୀ ସମ୍ପୂର୍ଣ୍ଣ ନିରକ୍ଷର ବୋଲି ଦର୍ଶାଇଛନ୍ତି।

ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ କେବଳ ସ୍ୱାକ୍ଷର, ୧୦ ଜଣ ୫ମ ପାସ୍‌ ଓ ୧୯ ଜଣ ଅଷ୍ଟମ ପାସ୍‌ କରିଛନ୍ତି। ୪୯ଜଣ ଦଶମ ପାସ କରିଥିବାବେଳେ ୪୮ ଜଣ ଦ୍ୱାଦଶ ପାସ କରିଛନ୍ତି।

ସେହିପରି ବିଜେପିର ଜଣେ ପ୍ରାର୍ଥୀ ସ୍ୱାକ୍ଷର ଥିବାବେଳେ ୨ ଜଣ ୫ମ ପାସ୍‌ କରିଥିବା ଏବଂ ୩ ଜଣ ଅଷ୍ଟମ ପାସ କରିଥିବା ପ୍ରାର୍ଥୀ ଅଛନ୍ତି। ୧୬ ଜଣ ଦଶମ ଓ ୧୯ ଜଣ ଦ୍ୱାଦଶ ପାସ୍ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ଦଳୀୟ ଟିକଟରେ ୩୫ ଜଣ ଗ୍ରାଜୁଏଟ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି।

ସ୍ୱାଧୀନ ଭାବେ ୪୬ ଜଣ ସ୍ନାତକୋତ୍ତର ପ୍ରାର୍ଥୀ ଏଥର ନିର୍ବାଚନ ଲଢୁଥିବାବେଳେ ବିଜେପିରୁ ୪୩ ଜଣ, ବିଜେଡିରୁ ୩୬ଜଣ , କଂଗ୍ରେସରରୁ ୩୦ ଜଣ, ବିଏସ୍‌ପିରୁ ୫ ଜଣ ପ୍ରାର୍ଥୀ ଲଢିଛନ୍ତି।

ଏଥର ନିର୍ବାଚନରେ ୨୫ରୁ ୩୦ ବର୍ଷ ମଧ୍ୟରେ ୭୮ ଜଣ ପ୍ରାର୍ଥୀ ଏଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବାବେଳେ ୩୧ରୁ ୪୦ ବର୍ଷ ମଧ୍ୟରେ ୨୬୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୩୬୫ ପ୍ରାର୍ଥୀଙ୍କ ବୟସ ୪୧-୫୦ ବର୍ଷ ମଧ୍ୟରେ। ୨୬୭ ପ୍ରାର୍ଥୀଙ୍କ ବୟସ ୫୧-୬୦ ବର୍ଷ ମଧ୍ୟରେ। ୬୧ରୁ ୭୦ ବୟସ ମଧ୍ୟରେ ଅଛନ୍ତି ୧୨୪ ଜଣ ପ୍ରାର୍ଥୀ ଏବଂ ୭୦ରୁ ୮୦ ବର୍ଷ ମଧ୍ୟରେ ଅଛନ୍ତି ୧୮ ଜଣ ପ୍ରାର୍ଥୀ।



from Odisha Reporter http://bit.ly/2vxnClD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages