
ଢାକା: ଆସନ୍ତା ମେ’ ୩୦ରୁ ଆରମ୍ଭ ହେବାକୁ ଥିବା କ୍ରିକେଟ୍ର ସବୁଠାରୁ ବଡ଼ ମହାକୁମ୍ଭ ‘ବିଶ୍ୱକପ୍’ ପାଇଁ ଗୋଟିଏ ପରେ ଗୋଟିଏ ଦେଶ ନିଜର ଦଳ ଘୋଷଣା କରିବାରେ ଲାଗିଛନ୍ତି।
ଏହିକ୍ରମରେ ଆଜି ବାଂଲାଦେଶ ମଧ୍ୟ ବିଶ୍ୱକପ୍ ପାଇଁ ତା’ର ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ବିଶ୍ୱକପ୍ରେ ବାଂଲାଦେଶ କ୍ରିକେଟ୍ ଟିମ୍ର ନେତୃତ୍ୱ ମର୍ଶଫି ମୋର୍ତାଜା ସମ୍ଭାଳିବେ। ତାଙ୍କ ଡେପୁଟି ଭାବେ ଅଭିଜ୍ଞ ସାକିବ-ଅଲ-ହାସନଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଶେଷଥର ପାଇଁ ଏସିଆ କପ୍ ଖେଳିଥିବା ମଧ୍ୟକ୍ରମ ବ୍ୟାଟସ୍ମ୍ୟାନ୍ ମୋସାଦେକ୍ ହୋସେନ୍ ଟିମ୍କୁ କମ୍ବ୍ୟାକ୍ କରିଛନ୍ତି।
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବାଂଲାଦେଶ କ୍ରିକେଟ୍ ଟିମ୍ର ଚୟନକର୍ତ୍ତାମାନେ ଦ୍ରୁତ ବୋଲର ଅବୁ ଜାୟେଦଙ୍କୁ ୧୫ ଜଣିଆ ସ୍କ୍ୱାଡ୍ରେ ସ୍ଥାନ ଦେଇଛନ୍ତି। ଅବୁ ଏଯାଏ ଦିନିକିଆ ଡେବ୍ୟୁ କରିନାହାନ୍ତି, ତଥାପି ଟେଷ୍ଟ ମ୍ୟାଚ୍ରେ ସେ ଭଲ ସୁଇଂ କରୁଥିବାରୁ ଚୟନକର୍ତ୍ତାମାନେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବାଂଲାଦେଶ ଜୁନ୍ ୨ରେ ତା’ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହାପୂର୍ବରୁ ଦଳ ଇଂଲଣ୍ଡ ମାଟିରେ ଦୁଇଟି ଅଭ୍ୟାସ୍ ମ୍ୟାଚ ପାକିସ୍ତାନ ଓ ଭାରତ ସହ ଯଥାକ୍ରମେ ମେ’ ୨୬ ଓ ମେ’ ୨୮ରେ ଖେଳିବ।
ବାଂଲାଦେଶ ସ୍କ୍ୱାଡ୍: ମର୍ଶଫି ମୋର୍ତାଜା(ଅଧିନାୟକ), ସାକିବ-ଅଲ ହାସନ(ଉପ ଅଧିନାୟକ), ତାମିମ ଇକବାଲ, ମହମୁଦ୍ଦୁଲ୍ଲା, ମୁଶଫିକର ରହିମ(ୱି), ସୌମ୍ୟ ସରକାର, ଲିଟନ ଦାସ, ସବିର ରେହମାନ, ମେହେଦି ହାସନ, ମହମ୍ମଦ ମିଥୁନ, ରୁବେଲ ହୋସେନ, ମୁସ୍ତାଫିଜୁର ରେହମାନ, ମହମ୍ମଦ ସୈଫୁଦ୍ଦିନ, ମୋସଡେକ ହୋସେନ ଓ ଅବୁ ଜାୟେଦ।
from Odisha Reporter http://bit.ly/2Ghotfj
No comments:
Post a Comment