କେକେଆର୍‌ର କ୍ରମାଗତ ଷଷ୍ଠ ପରାଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

କେକେଆର୍‌ର କ୍ରମାଗତ ଷଷ୍ଠ ପରାଜୟ

କୋଲକାତା: ଦିନେଶ କାର୍ତ୍ତିକ (୯୭)ଙ୍କ ଅଧିନାୟକତ୍ୱ ଇନିଂସ୍ ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଚଳିତ ଆଇପିଏଲର କ୍ରମାଗତ ଷଷ୍ଠ ପରାଜୟବରଣ କରିଛି। ଗୁରୁବାର ରାତିରେ ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩ ୱିକେଟରେ କୋଲାକାତାକୁ ପରାସ୍ତ କରିଛି।

ଲଗାତାର ୬ଟି ମ୍ୟାଚରେ ହାରିବା ସହ କୋଲକାତାର ପ୍ଲେଅଫ୍ ଆଶା କ୍ଷୀଣ ହୋଇଛି। କେକେଆର ବର୍ତ୍ତମାନ ୧୧ ମ୍ୟାଚରୁ ୮ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ସେହିପରି ଚତୁର୍ଥ ବିଜୟ ସହ ରାଜସ୍ଥାନ ସପ୍ତମ ସ୍ଥାନକୁ ଉଠିଛି। କୋଲକାତା, ରାଜସ୍ଥାନ ଓ ବାଙ୍ଗାଲୋର ସମାନ ୮ ପଏଣ୍ଟ ହାସଲ କରି ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ଅଛନ୍ତି। ଏହି ତିନି ଦଳକୁ ଏବେ ପ୍ଲେଅଫ୍ ଯିବାକୁ ହେଲେ ବାକି ସବୁ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ।

ଆଇପିଏଲର ୪୩ତମ ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୯.୨ ଓଭରରେ ୭ ୱିକେଟ୍ ହରାଇ ୧୭୭ ରନ୍ କରି ବିଜୟୀ ହୋଇଥିଲା। ରାଜସ୍ଥାନ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ରିୟାନ୍ ପରାଗ ସର୍ବାଧିକ ୪୭ (୩୧ ବଲ୍, ୫ ଚୌକା, ୨ ଛକା) ରନ୍ କରିଥିଲେ।

ରାଜସ୍ଥାନ ପକ୍ଷେ ଏହି ଲକ୍ଷ୍ୟକୁ ପିଛା କରିବା ସହଜ ହୋଇନଥିଲା। ପ୍ରଥମ ୱିକେଟ୍ ପାଇଁ ଆଜିଙ୍କ୍ୟ ରାହାଣେ (୩୪) ଓ ସଞ୍ଜୁ ସାମସନ୍ (୨୨) ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। କିନ୍ତୁ ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାର ଚାଲିଥିଲା। ଏହି ସମୟରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିୟାନ୍ ଦମଦାର ବ୍ୟାଟିଂ କରିଥିଲେ।

ସେ ସପ୍ତମ ୱିକେଟ୍ ପାଇଁ ଜୋଫ୍ରା ଆର୍ଚରଙ୍କ ୪୪ ରନର ମ୍ୟାଚ୍ ବିଜୟୀ ପାର୍ଟନରଶିପ୍ କରିଥିଲେ। ଆର୍ଚର୍ ମାତ୍ର ୧୨ ବଲରେ ୨ ଚୌକା ଓ ୨ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୨), ବେନ୍ ଷ୍ଟୋକ୍ସ (୧୧), ଷ୍ଟୁଆର୍ଟ ବିନ୍ନି (୧୧) ଓ ଶ୍ରେୟସ ଗୋପାଲ୍ (୧୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। କେକେଆର ପକ୍ଷରୁ ପୀୟୂଷ ଚାୱଲା ୩ଟି ଓ ସୁନୀଲ୍ ନରିନ୍ ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର୍ ଟିମ୍ ପକ୍ଷରୁ ଦିନେଶ କାର୍ତ୍ତିକଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୭ (୫୦ ବଲ୍, ୭ ଚୌକା, ୯ ଛକା) ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ।

ତାଙ୍କ ପରକୁ ନୀତୀଶ ରାଣା ୨୧, ଶୁବମାନ୍ ଗିଲ୍ ୧୪, ନରିନ୍ ୧୧, ଇନଫର୍ମ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ୧୪ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ତଥା ଚଳିତ ସିଜନରେ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ବରୁନ୍ ଆରୋନ୍ ୪ ଓଭରରେ ୨୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଶାନି ଥୋମାସ, ଗୋପାଲ୍ ଓ ଜୟଦେବ ଉନାଦକତ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2Pwbpan

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages