
ସୁରତ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ମଧ୍ୟ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ସୁରତର ଏକ କୋର୍ଟ ନାରାୟଣଙ୍କ ମାମଲାର ଶୁଣାଣି କରି ଏହି ରୁଲିଂ ଦେଇଛନ୍ତି। ତେବେ ଆସନ୍ତା ୩୦ ତାରିଖରେ ନାରାୟଣ ସାଇଙ୍କୁ ଦଣ୍ଡବିଧାନ କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସୁରତଠାରେ ନାରାୟଣ ସାଇ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
୨୦୧୩ରେ ସୁରତର ଦୁଇ ଭଉଣୀ ପୁଲିସ୍ ନିକଟରେ ହାଜର ହୋଇ ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସାନ ଭଉଣୀଙ୍କୁ ନାରାୟଣ ସାଇ ୨୦୦୨ରୁ ୨୦୦୫ ଯାଏ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଝିଅଜଣକ ତାଙ୍କ ଆଶ୍ରମରେ ରହୁଥିଲେ। ଅନ୍ୟପକ୍ଷରେ ଅନ୍ୟ ଜଣେ ଭଉଣୀଙ୍କୁ ଆଶାରାମ ଆଶ୍ରମ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଯୋଧପୁର କୋର୍ଟ ଆଶାରାମଙ୍କ ମାମଲାର ଶୁଣାଣି କରି ତାଙ୍କୁ ଆଜୀବନ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୁରତ କୋର୍ଟ ଆଜି ନାରାୟଣ ସାଇଙ୍କ ମାମଲାରେ ରାୟ ପ୍ରକାଶ କରିଥିଲେ। ଏହାପୂର୍ବରୁ କୋର୍ଟ ୫୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ପୁଲିସ୍ ନାରାୟଣ ସାଇଙ୍କୁ ୨୦୧୩ରେ ଦିଲ୍ଲୀ-ହରିଆଣା ସୀମାନ୍ତରୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଅଛନ୍ତି।
from Odisha Reporter http://bit.ly/2vk5WtU
No comments:
Post a Comment