
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଗତକାଲି ସଂଧ୍ୟ୍ୟାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନୀ ମଣ୍ଡଳୀର ୟୁନିଟ୍-୮ ସ୍ଥିତ ମହାବୀର କ୍ଲବ୍ ଯାହା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ୧ କିମି ଦୂରରେ ଥିବା ଅଂଚଳ, ସେଠାରେ ଭୁବନେଶ୍ୱର ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଏବଂ ମଧ୍ୟ ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏକ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ବିଜୁ ଯୁବ ବାହିନୀର ୪୦ ରୁ ୫୦ ଜଣ କର୍ମକର୍ତ୍ତାମାନେ ଖରାପ ବ୍ୟବହାର ଓ ଆଚରଣ ଦେଖାଇ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଟେକା ପଥର ମାଡ଼ କରିଛନ୍ତି। ଏହି ଘଟଣାରେ ଶ୍ରୀ ପ୍ରଧାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ରାଜଧାନୀରେ ଶାସକ ଦଳ ପକ୍ଷରୁ ଏପରି ଗୁଣ୍ଡାଗର୍ଦ୍ଦି ଚାଲିଥିବା ବେଳେ ପାଖରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ କିଛି କଲେ ନାହିଁ। ଯଦି ରାଜଧାନୀର ସ୍ଥିତି ଏମିତି ତ ଆଉ ଅନ୍ୟ ବିଧାନସଭା କ୍ଷେତ୍ରରେ କିପରି ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ। ଏହାର ପ୍ରତିବାଦରେ ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି।
ଘଟଣା ଘଟିବା ବେଳେ ପୁଲିସ ବିଭାଗର ଦୁଇଜଣ ଏସିପି, ନୟାପଲ୍ଲୀ ଥାନାଧିକାରୀ ଏବଂ ଭୁବନେଶ୍ୱର ବିଭିନ୍ନ ଅଂଚଳର ଥାନାଧିକାରୀ ମାନଙ୍କ ସହ ଏକ ବଡ଼ ପୁଲିସ ପ୍ଲାଟୁନ ଉପସ୍ଥିତ ଥିଲେ ମଧ୍ୟ ନିରବଦଷ୍ଟ୍ରା ସାଜି ବିଜେଡିର ଗୁଣ୍ଡା ମାନଙ୍କୁ ହିଂସା ଘଟାଇବାକୁ ପ୍ରଶୟ ଦେଉଥିଲେ । ସେମାନଙ୍କୁ କାହିଁକି ପୋଲିସ ସେତେବେଳେ ଅଟକାଇଲା ନାହିଁ କି ଏବେ ସୁଧା ଗିରଫ କରିନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ମଧ୍ୟ ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ପ୍ରଦୀପ କୁମାର ଧଳ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
from Odisha Reporter http://bit.ly/2Dekhwb
No comments:
Post a Comment