ଆଜି ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ତାୱା ସ୍ମୋକ୍‌ ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଆଜି ରବିବାରରେ ଘରେ ପ୍ରସ୍ତୁତ କରନ୍ତୁ ତାୱା ସ୍ମୋକ୍‌ ଚିକେନ୍‌

chiken

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଲୁଣ, ଦହି, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ପେଷ୍ଟ୍‌, ରିଫାଇନ୍‌ ତେଲ ଓ କୋଇଲା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ ଧୋଇ ତାକୁ ଏକ ପାତ୍ରରେ ରଖନ୍ତୁ। ତା’ପରେ ତାକୁ ମ୍ୟାରିନେଟ୍‌ କରି ରଖନ୍ତୁ। ଭଲଭାବେ ମ୍ୟାରିନେଟ୍‌ ହେବା ପାଇଁ ଚିକେନ୍‌କୁ ଛୁରୀରେ ଅଳ୍ପ କାଟିଦିଅନ୍ତୁ। ଏମିତି କରିବା ଦ୍ୱାରା ମସଲା ଗୁଡ଼ିକ, ଚିକେନ୍‌ରେ ଭଲ ଭାବେ ମିଶିଯାଇଥାଏ। ମ୍ୟାରିନେଟ୍‌ କରିବାକୁ ଚିକେନ୍‌ରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌, ଗରମ ମସଲିଆ, ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ତାକୁ ୨୦ ରୁ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ।
ଏହା ପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଚିକେନ୍‌ ତେଲରେ ଗୋଟିଏ ଗୋଟିଏ ପିସ୍‌ କରି ପକାଇ ଭଲଭାବେ ଭାଜନ୍ତୁ।  ଚିକେନ୍‌ ଭାଜି ହୋଇଯିବା ପରେ ଏକ ପାତ୍ରରେ ରଖନ୍ତୁ। ଏହାପରେ କୋଇଲାକୁ ଗରମ କରି ତାକୁ ଏକ ଷ୍ଟିଲ୍‌ ଗିନାରେ ରଖ୍ ସେହି ଚିକେନ୍‌ ଭିତରେ ରଖି ତା’ଉପରେ ଏକ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। କୋଇଲାରେ ଧୂଆଁ ହେବାକୁ ସେଥିରେ ଟିକେ ତେଲ ପକାଇ ଦିଅନ୍ତୁ। କିଛି ସମୟ ପରେ ଚିକେନ୍‌କୁ କାଢ଼ିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତାୱା ସ୍ମୋକ୍‌ ଚିକେନ୍‌। ସେହି ଚିକେନ୍‌କୁ ପୁଦିନା ଚଟଣୀ ସହ ନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।



from Odisha Reporter http://bit.ly/2GzyFkL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages