
ନୂଆଦିଲ୍ଲୀ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ରେ ଏକ ବସ୍ ପିଟି ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ମୈନପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି।
ବସ୍ଟି ଏତେ ଜୋରରେ ଯାଇ ଟ୍ରକ୍ରେ ପିଟି ହୋଇଥିଲା ଯେ ଏହାର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ସେହିପରି ମୃତଦେହଗୁଡ଼ିକୁ ବସ୍ରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଶୁକ୍ରବାର ଦିନ ଏହି ରାସ୍ତାର ତାଲଗ୍ରାମ୍ ନିକଟରେ ପୁଲିସ୍ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏଥିରେ ୧୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ଜଣେ ସବ୍-ଇନ୍ସପେକ୍ଟର ଥିଲେ।
from Odisha Reporter http://bit.ly/2IxoXSh
No comments:
Post a Comment