
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୋଟ ଛୋଟ ପିଲାଙ୍କୁ ଟିଫିନ୍ରେ କ’ଣ ଦେବେ ସେଇ ଟେନସନ ମା’ମାନଙ୍କୁ ସବୁବେଳେ ଚିନ୍ତାରେ ପକାଇଥାଏ। କାରଣ ଗୋଟିଏ ଆଇଟମ୍ ଖାଇ ପିଲାମାନେ ଚିଡ଼ାଚିଡ଼ା ହୋଇଯାନ୍ତି। ଏବଂ ସେମାନଙ୍କର ଖାଇବା ପ୍ରତି ଆଗ୍ରହ କମିଯାଏ। ତେଣୁ ଆଜି ଆମେ ସୁଜିରେ ଏପରି ଏକ ଟିଫିନ୍ର ରେସିପି କହିବୁ, ଯାହା ଆପଣଙ୍କୁ କରିବାକୁ ସହଜ, ପିଲାଙ୍କୁ ଖାଇବାକୁ ମଜାଦାର ଲାଗିବ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ
ପାଣି, ଲୁଣ, ଗୋଲମରିଚ ଗୁଣ୍ଡ, ଅଦା ଛେଚା, ସୁଜି, ସୋରିଷ, ଜିରା, ଭୁସୃଙ୍ଗ ପତ୍ର, ମେଥି, ବିରି ଡାଲି, ହେଙ୍ଗୁ, ଶୁଖିଲା ଲଙ୍କା, ଲୁଣ , ଲଙ୍କା ଗୁଣ୍ଡ, ରିଫାଇନ୍ ତେଲ, ହଳଦି ଗୁଣ୍ଡ, ଚିନି, ସମ୍ବର ମସାଲା।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ସେଥିରେ ୩ କପ୍ ପାଣି ଦିଅନ୍ତୁ। ଏହାପରେ ଲୁଣ, ଅଧା ଚାମଚ ଗୋଲମରିଚ ଗୁଣ୍ଡ, ଅଦା ଛେଚା ପକାନ୍ତୁ। ପାଣି ଭଲ ଭାବେ ଫୁଟିଲେ ସେଥିରେ ୨ କପ୍ ସୁଜି ପକାଇ ଗୋଳାନ୍ତୁ। ପାଣି ଶୁଖି ଆସିଲେ ଗ୍ୟାସ ବନ୍ଦ କରି ତାହାକୁ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ କିଛି ତେଲ ପକାଇ ଭଲ ଭାବେ ଚକଟନ୍ତୁ। ଏହାର ଛୋଟ ଛୋଟ ଗୁଳା କରନ୍ତୁ।

ଏହାପରେ ଇଟିଲି ଷ୍ଟାଣ୍ଡ ବସାଇ ପାଣି ଦେଇ ଗରମ କରନ୍ତୁ। ପାଣି ଫୁଟିଲେ ଛାଞ୍ଚ ଉପରେ ଏହି ଗୁଳାକୁ ୧୫ ମିନିଟ୍ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ, ଜିରା, ଭୁସୃଙ୍ଗ ପତ୍ର, ମେଥି, ବିରି ଡାଲି, ହେଙ୍ଗୁ, ଶୁଖିଲା ଲଙ୍କା, ଲୁଣ , ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଚିନି ପକାନ୍ତୁ। ଏଥିରେ ଆପଣ ସମ୍ବର ମସାଲା ମଧ୍ୟ ପକାଇ ପାରିବେ। ଏହାକୁ ସିମ୍ରେ କିଛି ସମୟ ଗୋଳାନ୍ତୁ। ଏହାପରେ ସୁଜିର ଗୁଳାଗୁଡ଼ିକ ପକାନ୍ତୁ। ଅଳ୍ପ ପାଣି ଦେଇ ଗୁଳାଗୁଡ଼ିକୁ ଏପଟସେପଟ କରନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି ଗରମାଗରମ ପରଷନ୍ତୁ। ଏହା ଆପଣଙ୍କୁ ଭିନ୍ନ ସ୍ୱାଦ ଦେବ।
from Odisha Reporter http://bit.ly/2IAlMcv
No comments:
Post a Comment