ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଧୋନି

ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ୨୦୦ ଛକା ମାରିବାର ରେକର୍ଡ କରିଛନ୍ତି। ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଧୋନି ନିଜର ୮୪ ରନର ଇନିଂସ ଦ୍ୱାରା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଧୋନି ନିଜର ଏହି ମାରାଥନ୍ ଇନିଂସରେ ୫ ଚୌକା ଓ ୭ ଛକା ମାରିଥିଲେ। ଏଥିସହ ଆଇପିଏଲରେ ଧୋନିଙ୍କ ଛକା ସଂଖ୍ୟା ଏବେ ୨୦୩ରେ ପହଞ୍ଚିଛି। ଚଳିତ ସଂସ୍କରଣରେ ଧୋନିଙ୍କ ବ୍ୟାଟରୁ ମୋଟ ୧୭ ଛକା ବାହାରିଛି। ଧୋନିଙ୍କ ପରେ ରୋହିତ ଶର୍ମା ଓ ସୁରେଶ ରାଇନା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଉଭୟେ ରୋହିତ ଓ ରାଇନା ୧୯୦ ଲେଖାଏ ଛକା ମାରିଛନ୍ତି। ସେହିପରି ଆରସିବି ଅଧିନାୟକ ବିରାଟ୍ କୋହଲି ୧୮୬ ଛକା ମାରିଛନ୍ତି। ତେବେ ଆଇପିଏଲରେ ସର୍ବାଧିକ ଛକାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ୍ ୩୨୩ ଛକା ମାରି ଆଗରେ ଥିବା ବେଳେ ତାଙ୍କ ପଛକୁ ଏବି ଡି’ଭିଲିୟର୍ସ (୨୦୪) ଅଛନ୍ତି।

ଏହାଛଡ଼ା ଏହି ମ୍ୟାଚରେ ଧୋନି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଧୋନି ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ୪ହଜାର ରନ୍ ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୬୮ ମ୍ୟାଚରେ ୪୦୩୯ ରନ୍ କରିଛନ୍ତି। ବିରାଟ୍ କୋହଲି ଅଧିନାୟକ ଭାବେ ୧୦୬ ମ୍ୟାଚରେ ୩୯୩୩ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଚଳିତ ଆଇପିଏଲରେ ଧୋନି ୯ ମ୍ୟାଚରେ ୭ ଇନିଂସରେ ୧୦୪.୬୬ ହାରରେ ୩୧୪ ରନ୍ କରିଛନ୍ତି। ରବିବାର ଆରସିବି ବିପକ୍ଷ ମ୍ୟାଚରେ ଧୋନିଙ୍କ ଦ୍ୱାରା ଖେଳାଯାଇଥିବା ୮୪ ରନର ଇନିଂସ୍, ତାଙ୍କ ଟି-୨୦ କ୍ୟାରିୟରର ସର୍ବାଧିକ ସ୍କୋର।



from Odisha Reporter http://bit.ly/2XBIFjh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages