
ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ସୋରିଷ ବଟା, ଅଦାରସୁଣ ବଟା, ଲେମ୍ବୁ, ଗରମ ମସଲା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଆଚାର, ଖାଇବା ଲାଲ୍ ରଙ୍ଗ ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ ବାହାର କରି ଦିଅନ୍ତୁ। ଏହାପରେ ମଛର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି ଦିଅନ୍ତୁ। ମାଛକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ। ବର୍ତ୍ତମାନ ଗୋଟିଏ ପାତ୍ରରେ ଅଦା-ରସୁଣ ବଟା, ଲେମ୍ବୁରସ, ଲାଲ ରଙ୍ଗ, ଗରମ ମସଲା ଗୁଣ୍ଡ, ସୋରିଷ ବଟା, ଜିରା ଗୁଣ୍ଡ, ଆଚାର, ଲଙ୍କା ଗୁଣ୍ଡ, ସୋରିଷ ତେଲ ଏବଂ ଆବଶ୍ୟକ ପରିମାଣରେ ଲୁଣ ପକାଇ ଫେଣ୍ଟି ଦିଅନ୍ତୁ। କିଛି ସମୟ ପରେ ପାମ୍ପଲେଟ୍ ମାଛକୁ ଏହି ମିଶ୍ରଣରେ ଭଲ କରି ଗୋଳାଇ ୩୦ ମିନିଟ୍ ରଖନ୍ତୁ।
ତନ୍ଦୁରୀ କାଠିରେ ମାଛକୁ ଫୋଡ଼ି ତନ୍ଦୁରୀ ମଧରେ ସିଝିବା ପର୍ଯ୍ୟନ୍ତ ରଖନ୍ତୁ। ଯେତେବେଳେ ମାଛରୁ ପାଣି ଶୁଖିଯାଇ ଲାଲ ରଙ୍ଗ ପଡ଼ିଯିବ ସେତେବେଳେ ଏହାକୁ ବାହାର କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତନ୍ଦୁରୀ ପାମ୍ପଲେଟ୍’। ଏହାକୁ ସାଲାଡ୍ ସହ ଗରମ ଗରମ ପରଷନ୍ତୁ।
from Odisha Reporter http://bit.ly/2uJ9Wns
No comments:
Post a Comment