ସେନାକୁ ‘ମୋଦି ସେନା’ କହିବା ଆଚରଣ ବିଧିର ଉଲ୍ଲଂଘନ ନୁହେଁ: ଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ସେନାକୁ ‘ମୋଦି ସେନା’ କହିବା ଆଚରଣ ବିଧିର ଉଲ୍ଲଂଘନ ନୁହେଁ: ଯୋଗୀ

ନୂଆଦିଲ୍ଲୀ: ଦେଶର ଯବାନଙ୍କୁ ଆମ ଯବାନ ଏବଂ ‘ମୋଦି ସେନା’ କହିବା ନିର୍ବାଚନ ଆଚରଣ ନିୟମକୁ ଉଲ୍ଲଙ୍ଘନ କରୁନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କ ନୋଟିସର ଜବାବ ସେ ଦେବେ ବୋଲି ସମ୍ବାଦପତ୍ର ‘ଜାଗରନ’କୁ ଏକ ସାକ୍ଷାତକାରରେ କହିଛନ୍ତି।

ମାର୍ଚ୍ଚ ୧୯ ତାରିଖରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ। ଏହା ପରେ ଗୁରୁବାର ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ ପଠାଇଥିଲେ। ଆଜି ଅପରାହ୍ମ ସୁଦ୍ଧା ନୋଟିସର ଜବାବ ଦେବାକୁ ଯୋଗୀଙ୍କୁ କୁହାଯାଇଛି।

ସୁଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ ଗାଜିଆବାଦରେ ରାଲି ବେଳେ ଯୋଗୀ ଆଦିତ୍ୟନାଥ ଆତଙ୍କବାଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ‘କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିଆନି ଖୁଆଉଥିବାବେଳେ ମୋଦି ସେନା ସେମାନଙ୍କୁ ବୁଲେଟ୍ ଓ ବମ୍ ଦେଉଛନ୍ତି’

ଦେଶର ସେନା ବିଜେପିର ବୋଲି ଯୋଗୀ ବାର୍ତ୍ତା ଦେବାକୁ ଚାହୁଁଥିବା ନିର୍ବାଚନ କମିଶନ ହୃଦବୋଧ କରିବା ପରେ ଯୋଗୀଙ୍କୁ ନୋଟିସ ପଠାଇଥିଲେ। ଆଚରଣବିଧି ଲାଗୁ ହେବା ବେଳେ ନିର୍ବାଚନ କମିଶନ ସ୍ପଷ୍ଟ କରିସାରିଛନ୍ତି ଯେ ଯବାନଙ୍କୁ ନେଇ କୌଣସି ଦଳ କିଛି ଦାବି କରି ପାରିବ ନାହିଁ କି ଭୋଟ ପ୍ରଚାର ପାଇଁ ସେନାର ଫଟୋ ମଧ୍ୟ ବ୍ୟବହାର ହୋଇ ପାରିବ ନାହିଁ।



from Odisha Reporter http://bit.ly/2OOJiCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages