
ତାମିଲନାଡ଼ୁ: କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ନେଇ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ମନେପଡ଼ିଛି, ୬୦ ବର୍ଷ ପୂର୍ବରୁ କାହିଁକି ଦେଶବାସୀଙ୍କ ଉପରେ ‘ଅନ୍ୟାୟ’ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ମୋଦି। ତାମିଲନାଡୁ଼ରେ ଆୟୋଜିତ ଏହି ରାଲିରେ କଂଗ୍ରେସ ଭଳି ସହଯୋଗୀ ଡିଏମକେ ମଧ୍ୟ ପରିବାରକୁ ଆଗ, ନିଜ ରାଜ୍ୟକୁ ପଛରେ ଦେଖୁଛି ବୋଲି କହିଛନ୍ତି ମୋଦି।
ଏଥିସହ ନ୍ୟାୟ ଯୋଜନାକୁ ନେଇ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ୧୯୮୪ ମସିହା ଦଙ୍ଗା ମାମଲାରେ କଂଗ୍ରେସ ସରକାର ନ୍ୟାୟ ଦେଇଥିଲା କି? ଏମ. ଜି ରାମଚନ୍ଦ୍ରନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ କଂଗ୍ରେସ ନ୍ୟାୟ ଦେଇଛି କି? ଭୋପାଳ ଗ୍ୟାସ ଟ୍ରାଜେଡ଼ି ଘଟଣାରେ ନ୍ୟାୟ ମିଳିଛି କି? ଏଭଳି କିଛି ପ୍ରଶ୍ନ ପଚାରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ।
ସୂଚନାଯୋଗ୍ୟ କଂଗ୍ରେସ ଚଳିତ ନିର୍ବାଚନ ପାଇଁ ଯେଉଁ ଇସ୍ତାହାର ଘୋଷଣା କରିଛି ତାର ନାଁ ରହିଛି ନ୍ୟାୟ। ଯେଉଁଥିରେ କଂଗ୍ରେସ ଦେଶରେ ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରିଛି। ଏଥିସହ ନ୍ୟାୟ ନାମରେ କଂଗ୍ରେସ ଏକ ବିଜ୍ଞାପନ ସୋଶାଲ ମିଡ଼ିଆ ଓ ଗଣମାଧ୍ଯମରେ ଛାଡ଼ିଛି ସେଥିରେ ଚଳିତ ସରକାରରେ ଲୋକଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇଛି। ସରକାରକୁ ଆସିଲେ ନ୍ୟାୟ ଦେବ ବୋଲି କଂଗ୍ରେସ କହିଛି।
from Odisha Reporter http://bit.ly/2UVsFe8
No comments:
Post a Comment