ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରେ ବିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରେ ବିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ଏଥିନିମନ୍ତେ ବିୟୁଟି ପାର୍ଲର ଯିବା ସହ ଦାମିକିଆ କ୍ରିମ ମଧ୍ୟ ଆମେ ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି, ଘରେ ଥିବା ଶୁଖିଲା ପରିବା ବ୍ୟବହାର କରି ମଧ୍ୟ ଆମେ ଚମକଦାର ତ୍ୱଚା ପାଇପାରିବେ। ଆସନ୍ତୁ ଜାଣିବା, ଆଜି ଏହି ବିଷୟରେ।

  • ସାଧାରଣତଃ ପରିବାପତ୍ର ଶୁଖିଗଲେ କିମ୍ୱା ପଚିଗଲେ ଆମେ ଏହାକୁ ଫୋପାଡି ଦେଇଥାଉ। କିନ୍ତ ଆପଣ ଜାଣିଛନ୍ତି କି, ଏହାକୁ ବ୍ୟବହାର କରି ଆମ ଚେହେରାରେ ଚମକ ଆଣିପାରିବା।  ଘରେ ଥିବା ବିଟ୍‌ ଶୁଖିଗଲେ ଏହାକୁ ନ ଫୋପାଡି ଏ ଗ୍ରାଇଣ୍ଡିଂ କରି  ଏହାର ପାଉଡ଼ର ପ୍ରସ୍ତୁତ କରି ଦିଅନ୍ତୁ ।ଏହି ପାଉଡ଼ରରେ ବାଦାମ ତେଲ  ମିଶାଇ ପେଷ୍ଟ ତିଆରି କରି ଏକ କାଚ ବୋତଲରେ ପୂରାଇ ରଖନ୍ତୁ। ସବୁଦିନ ଏହାର ଏକ ବୁନ୍ଦା ନେଇ ମୁହଁରେ ଓ ଓଠରେ ଲଗାନ୍ତୁ ଓ ଆସ୍ତେଆସ୍ତେ ମାଲିସ କରନ୍ତୁ। ଏହାଦ୍ୱାରା ଓଠରୁ ନ୍ୟାଚୁରାଲ ଗ୍ଲୋ ବାହାରିଥାଏ।  ତ୍ୱଚା ଲାଗି ବ୍ୟବହାର କରୁଥିବା ମାସ୍କରେ ମଧ୍ୟ ଆପଣ ଏହି ପେଷ୍ଟକୁ ଲଗାଇ ପାରିବେ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
  • ଆପଣଙ୍କ ଆଖି ତଳେ ଡାର୍କ ସର୍କଲ ପଡ଼ି ଯାଉଛି କି? ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେବ। ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ବିଟ୍‌ ରସରେ ବାଦାମ ତେଲ ୪-୫ ବୁନ୍ଦା ପକାଇ ଆଖି ଚାରି ପାଖରେ ଲଗାଇ ଦିଅନ୍ତୁ। ଅଧ ଘଣ୍ଟା ପରେ ଫେସ୍‌ୱାଶ୍ ଲଗାଇ ମୁହଁକୁ ଧୋଇ ଦିଅନ୍ତୁ।
  • ମୁହଁରେ ବ୍ରଣ କିମ୍ୱା କିଛି ଡାର୍କ ସ୍ପଟ୍‌ ହୋଇଥିଲେ ୨ ଚାମଚ ମୁଲତାନି ମିଟିରେ ୫ ଚାମମ ବିଟ୍‌ ରସ ମିଶାଇ ମୁହଁରେ ଏବଂ ବେକରେ ଲଗାଇ ଦିଅନ୍ତୁ । ଅଧ ଘଣ୍ଟା ପରେ ହାଲକା ଭାବେ ମସାଜ କରି ମୁହଁକୁ ସଫା କରି ଦିଅନ୍ତୁ।
  • ବୟସର ଛାପ ଲୁଚାଇବା ନିମନ୍ତେ ଏହାକୁ ବ୍ୟବହାର କଲେ ରାମବାଣ ଭଳି କାମ କରିବ। ଏଥିରେ ଥିବା ଆଣ୍ଟିଅକ୍ସିଣ୍ଡେଣ୍ଟ ଚେହେରାରେ ଭାଙ୍ଗ ପଡିବାକୁ ଦେବ ନାହିଁ।  ତେଣୁ ପ୍ରତିଦିନ ସକାଳେ ବିଟ୍‌ ରସକୁ ମୁହଁରେ ଲଗାଇବାକୁ ଭୁଲନ୍ତୁ ନାହିଁ।


from Odisha Reporter http://bit.ly/2Gc7TNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages