
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ୨ଟି ବୁଥ୍ରେ ମତଦାନ ସ୍ଥଗିତ ରଖାଯାଇଛି। ଇଭିଏମ୍ ସହ ଭିଭିପାଟ୍ ଭୁଲ୍ ସଂଯୋଗ ପାଇଁ ଭୋଟ ବନ୍ଦ କରାଯାଇଛି। ଉକ୍ତ ଦୁଇ ବୁଥ୍ରେ ସାନି ଭୋଟ ପାଇଁ ସୁପାରିସ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।
ସେ କହିଛନ୍ତି-“ମନୁଷ୍ୟାକୃତ ତ୍ରୁଟି ପାଇଁ ଦୁଇ ବୁଥ୍ରେ ମତଦାନ ବନ୍ଦ କରାଯାଇଛି। ସଂପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏସବୁ ଆସନରେ ୭ ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।
from Odisha Reporter http://bit.ly/2GAZJjv
No comments:
Post a Comment