୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବାତିଲ୍‌ ହୋଇଯାଇଥିବା ୯ଟି ବୁଥ୍‌ରେ ଆଜି ସାନି ମତଦାନ ଚାଲିଛି। ଏହି ସବୁ ବୁଥ୍‌ ଗୁଡ଼ିକ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର ରଙ୍ଗାଢିପା ବୁଥ୍‌, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍‌।

ସେହିପରି ଅତାବିରା ଆସନର ୨୩୫ ନମ୍ବର ଅରେଇଗୁଡ଼ି ବୁଥ୍, ବରଗଡ଼ର ୬୮ ନମ୍ବର ଶକ୍ତିନଗର ବୁଥ୍‌, ପଦମପୁରର ୧୬ ନମ୍ବର ଡଭା ବୁଥ୍, ବ୍ରଜରାଜନଗରର ୨୫୪ ନମ୍ବର ଚାରମାଳ ବୁଥ୍‌ ଏବଂ ସୋରଡ଼ାର ୧୮୨ ନମ୍ବର ରେଣ୍ଟି ବୁଥ୍‌।

ସାନି ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସବୁ ବୁଥ୍‌ରେ ନିର୍ବାଚନ ଠିକ୍‌ରେ ହୋଇପାରି ନଥିଲା।



from Odisha Reporter http://bit.ly/2IECYxn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages