ଜାଣିଛନ୍ତି କି ? ଫେସିଆଲ ଦ୍ୱାରା ପାଇପାରିବେ ଚମକଦାର ତ୍ୱଚା … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଜାଣିଛନ୍ତି କି ? ଫେସିଆଲ ଦ୍ୱାରା ପାଇପାରିବେ ଚମକଦାର ତ୍ୱଚା …

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁନ୍ଦର ଦେଖାଯିବା ଲାଗି ସମସ୍ତଙ୍କ ମନ ଭିତରେ ଗୋଟିଏ ଅବଦମିତ ଇଚ୍ଛା ଥାଏ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ କିଏ ଦାମିକା କ୍ରିମ୍‌, ଲୋସନ ଆଦି ଲଗାଏ , ତ କିଏ ଘରୋଇ ଉପଚାର ଆପଣାଥାଏ । ଯାହାଦ୍ୱାରା ତ୍ୱଚାରେ ଚମକ ଆସିବ ଆଉ ସେ ସୁନ୍ଦର ଦେଖାଯିବେ।

ବହୁ ମହିଳା, ଯୁବତୀ ତ୍ୱଚାର ଚମକ ବଜାୟ ରଖିବା ଲାଗି ନିୟମିତ ବ୍ୟବଧାନରେ ଫେସିଆଲ କରନ୍ତି। ଅନ୍ୟମାନଙ୍କୁ ଏହା ଫାଲତୁ ଖର୍ଚ୍ଚ ଲାଗିପାରେ।  ବିୟୁଟି ପାର୍ଲରରେ ଫେସିଆଲ କରିବାକୁ ଉଚିତ ନ ମନେ କଲେ ଆପଣ ଘରେ ମଧ୍ୟ ଏହାକୁ କରିପାରିବେ। ଏହା ସୁନ୍ଦର ଦେଖାଯିବା ଲାଗି ଏକ ପ୍ରକ୍ରିୟା ଅଟେ। ଏହାଦ୍ୱାରା ତ୍ୱଚା ପରିଷ୍କାର  ରହିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ପାଇବା ଯୋଗୁ  ଏହା ନରମ , ମୁଲାୟମ ଓ ଉଜ୍ଜ୍ୱଳ ରଖିଥାଏ ।

ପରିଷ୍କାର ରୁହେ ତ୍ୱଚା

ପ୍ରଦୂଷଣ ଓ ଖରା ଆଦି ପ୍ରଭାବରେ ତ୍ୱଚା ରୁକ୍ଷ ହୋଇଯିବା ସହ ଏହାର ଚମକ ପଳାଇ ଯାଇଥାଏ। ଏହାଦ୍ୱାରା ତ୍ୱଚା ପୂର୍ବ ପରି ଆକର୍ଷଣୀୟ ଦେଖାଯାଏ ନାହିଁ। ଏପରି ସ୍ଥିତିରେ ଫେସିଆଲ କଲେ ଏହା ଆପଣଙ୍କ ତ୍ୱଚାକୁ ପରିଷ୍କାର କରିଥାଏ। ଏଥିନିମନ୍ତେ ଘରେ ଆମେ ସାବୁନ, ଫେସୱାସ ଓ ଘରୋଇ ଜିନିଷ ସହାୟତାରେ ତ୍ୱଚାକୁ ସଫା ରଖିବାକୁ ଚେଷ୍ଟା କରିଥାଉ । ହେଲେ ଏହାଦ୍ୱାରା ତ୍ୱଚା ଗଭୀରରୁ ସଫା ହୋଇନଥାଏ।  ଏହି ସମୟରେ ଆପଣଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ା। ସେମାନଙ୍କ ସହାୟତରେ ଆପଣଙ୍କ ତ୍ୱଚାର ପ୍ରକାର ଭେଦ ଜାଣିପାରି ଏହାକୁ ଭଲ ଭାବେ ସଫା କରି ପାରିବେ।

ବୟସର ଛାପରୁ ରକ୍ଷା ପାଇପାରିବେ

ସାଧାରଣତଃ ଚେହେରା ଦେଖି ଲୋକଙ୍କ ଆନୁମାନିକ ବୟସ ଜାଣି ହୁଏ। ବୟସାଧୀକ ହେଲେ ତ୍ୱଚା ଉପରେ ଭାଙ୍ଗ ପଡ଼ିଯାଏ। ଫଳରେ ତ୍ୱଚାର ଚମକ ଫିକା ପଡ଼ିଯାଏ। ଏଥିପାଇଁ ବୟସର ଛାପ ଲୁଚାଇବା ଲାଗି ଫେସିଆଲ ଲାଭଦାୟକ ଅଟେ। ନିୟମିତ ଫେସିଆଲ କରିବା ଦ୍ୱାରା ତ୍ୱଚାରେ ଥିବା କୋଷିକାର ପୁର୍ନଃଜନ୍ମ ହୋଇଥାଏ।

ଚମକଦାର ତ୍ୱଚା

ଆମେ ବାହାରକୁ ଗଲେ ପ୍ରଦୂଷିତ ପଦାର୍ଥ ତ୍ୱଚାରେ ଜମି ଯିବା କାରଣରୁ ବ୍ରଣ ଆଦି ସମସ୍ୟା ଦେଖାଯାଏ।  ଏଥିନିମନ୍ତେ ତ୍ୱଚାକୁ ସଫା  କରିବା ଜରୁରୀ ଅଟେ।  ଏହି ସମସ୍ୟାରୁ ମୁକଳିବା ଲାଗି ଫେସିଆଲ ଏକ ଭଲ ଉପାୟ ଅଟେ। ଆଜିକାଲିର ଜୀବନଶୈଳୀ ଓ ଜଙ୍କ ଫୁଡ ଖାଇବା ଯୋଗୁ ବହୁ ଲୋକଙ୍କ ଚେହେରାର ଚମକ ବୟସ ପୂର୍ବରୁ ହଜି ଯାଉଛି। ଏପରିସ୍ଥିତିରେ ପୁରୁଣା ଚମକ ଫେରାଇ ଆଣିବାକୁ ଫେସିଆଲ ସାହାଯ୍ୟ କରିଥାଏ।

ବ୍ରଣ ସମସ୍ୟାରୁ ମୁକ୍ତି

ବ୍ରଣ ହେବାର ମୁଖ୍ୟ କାରଣ ଆମ ତ୍ୱଚା ଠିକ୍‌ ଭାବେ ପରିଷ୍କାର ହୋଇପାରେନି।  ଅପରିଷ୍କାର ପଦାର୍ଥ ଜମା ହୋଇ ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି ହୁଏ।  ଫେସିଆଲ ଦ୍ୱାରା ଚେହେରାରେ ହୋଇଥିବା ଦାଗ ଓ ବ୍ରଣ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ମିଳେ।

ରକ୍ତ ପ୍ରବାହ ଠିକ୍‌ ହୋଇଥାଏ

ନିୟମିତ ଫେସିଆଲ କରିବା ଦ୍ୱାରା ତ୍ୱଚାରେ  ରକ୍ତ ସଞ୍ଚାଳନ ଠିକ ହେବା ସହ ଚେହେରାକୁ ଠିକ୍‌ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ। ମସାଜ ଦ୍ୱାରା ରକ୍ତ ପ୍ରବାହ ଠିକ୍‌ ହୋଇଥାଏ। ଫେସିଆଲ ଦ୍ୱାରା ମୁହଁର କୋଷିକା ଠିକ୍‌ ଓ ସ୍ୱସ୍ଥ ରହିଥାଏ। ଏହାଦ୍ୱାରା ଚେହେରାରେ ଚମକ ବଜାୟ ରହିଥାଏ।



from Odisha Reporter http://bit.ly/2vhIqh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages