ଅଳ୍ପରେ ୪ର୍ଥ ପାଳି ନିର୍ବାଚନ କଥା: ସନ୍ଧ୍ୟା ୬ଟାରେ ସରିବ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଅଳ୍ପରେ ୪ର୍ଥ ପାଳି ନିର୍ବାଚନ କଥା: ସନ୍ଧ୍ୟା ୬ଟାରେ ସରିବ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ତଥା ଓଡ଼ିଶାର ଭୋଟ ମହାପର୍ବର ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର। କେନ୍ଦ୍ରାପଡା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନେକ ହେବିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପାଳିରେ। ତେବେ ଆସନ୍ତୁ ଅଳ୍ପରେ ଜାଣିବା ଏହି ପାଳି ନିର୍ବାଚନ ସମ୍ପର୍କରେ।

  • ଶନିବାର ସନ୍ଧ୍ୟା ୬ଟାରେ ସରିବ ନିର୍ବାଚନ ପ୍ରଚାର।
  • ୪୮ ଘଣ୍ଟାର ନୀରବତା ପରେ ସୋମବାର ସକାଳୁ ଆରମ୍ଭ ହେବ ମତଦାନ।
  • ୫୫ ଜଣ ଲୋକସଭା ପ୍ରାର୍ଥୀ ଓ ୩୪୬ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
  • ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପ୍ରାର୍ଥଙ୍କ ମଧ୍ୟରେ ୩୧୧ ଜଣ ପୁରୁଷ, ୩୪ ଜଣ ମହିଳା ଓ ଜଣେ କିନ୍ନର ଅଛନ୍ତି।
  • ୧୦ ହଜାର ୭୯୨ ବୁଥ୍‌ରେ ହେବ ମତଦାନ।
  • ମତାଧିକାର ସାବ୍ୟସ୍ତ କରିବେ ୯୫ ଲକ୍ଷ ୧୪,୮୮୩ ଜଣ ନାଗରୀକ।
  • ମତଦାତାଙ୍କ ମଧ୍ୟରେ ୪୯ କ୍ଷ ୮ ହଜାର ୫୭୫ ଜଣ ପୁରୁଷ, ୪୬ଲକ୍ଷ ୫ ହଜାର ୬୯୪ ଜଣ ମହିଳା ଓ ୬୧୫ ଜଣ କିନ୍ନର ଅଛନ୍ତି।

କେଉଁ ନିର୍ବାଚନ ମଣ୍ଡଳୀରେ ହେଉଛି ଭୋଟ

  • ମୟୂରଭଞ୍ଜ ଲୋକସଭା ସହ ଏହା ଅଧିନରେ ଥିବା ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଷି, ଉଦଳା, ବାରିପଦା ଓ ମୋରଡା ବିଧାନସଭା ପାଇଁ ମତଦାନ ହେବ।
  • ବାଲେଶ୍ୱର ଲୋକସଭା ଆସନ ସହ ଏହା ଅଧିନରେ ଥିବା ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରୀ ବିଧାନସଭା ପାଇଁ ହେବ ମତଦାନ।
  • ଭଦ୍ରକ ଲୋକସଭା ଆସନ ସମେତ ଏହା ଅଧିନରେ ଥିବା ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ପାଇଁ ହେବ ଭୋଟ୍‌।
  • ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା ବିଧାସଭା ପାଇଁ ମଧ୍ୟ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର।
  • କେନ୍ଦ୍ରାପଡା ଲୋକସଭା ଆସନ ସହ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ।


from Odisha Reporter http://bit.ly/2PuAdPK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages