
ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗସର ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଖେଳୁ ନଥିଲେ। ଧୋନିଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ଗତକାଲିର ମ୍ୟାଚ୍ରେ ଚେନ୍ନାଇକୁ ୪୬ ରନ୍ରେ ପରାସ୍ତ କରିଛି।
୨୦୧୫ ପରେ ଚେନ୍ନାଇ ଘରୋଇ ପଡ଼ିଆରେ କୌଣସି ମ୍ୟାଚ୍ ହାରିବାର ଲଜ୍ଜାଜନକ ରେକର୍ଡ ମଧ୍ୟ ବରଣ କରିଛି। ତେବେ ଧୋନିଙ୍କ ଅନୁପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସ ଓ ଏହାର ଖେଳାଳିଙ୍କୁ ଅଧିକ ଫାଇଦା ଦେଇଥିଲା ବୋଲି ମ୍ୟାଚ୍ ପରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ସ୍ୱୀକାର କରିଛନ୍ତି।
ରୋହିତ କହିଛନ୍ତି, “ଏମ୍ଏସ୍ଡିଙ୍କ ଅନୁପସ୍ଥିତି ଆମକୁ ଅଧିକ ଉତ୍ସାହିତ କରିଥିଲା। କାରଣ ସମସ୍ତେ ଜାଣିଛନ୍ତି ଧୋନିଙ୍କ ଉପସ୍ଥିତି ହିଁ ପ୍ରତିପକ୍ଷ ଦଳକୁ ଚିନ୍ତାରେ ପକାଇଥାଏ। ଧୋନିଙ୍କ ବିନା ୧୫୬ ରନ୍ର ଟାର୍ଗେଟକୁ ଚେଜ୍ କରିବା ଚେନ୍ନାଇ ପାଇଁ ସହଜ ନଥିଲା। ସତକୁ ସତ ଏହା ଚେନ୍ନାଇ ପାଇଁ କଷ୍ଟସାଧ୍ୟ ହୋଇଥିଲା। ଧୋନିଙ୍କୁ ଚେନ୍ନାଇ ନିଶ୍ଚିତ ଭାବେ ମିସ୍ କରିଥିବ। ତେବେ ଧୋନି ଅସୁସ୍ଥ ରହିଛନ୍ତି। ଅସୁସ୍ଥତାକୁ ନିୟନ୍ତ୍ରଣ କରିବାର କ୍ଷମତା କାହାର ନାହିଁ।”
from Odisha Reporter http://bit.ly/2GPgeJa
No comments:
Post a Comment