
ଫୁଲବାଣୀ(ତ୍ରିନାଥ ସାହୁ): ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଲୋକସଭା ଆସନର ବିଏସ୍ପି ପ୍ରାର୍ଥୀ ଅମୀର ନାୟକ। ନିଜ ଭୋଟ୍ ପ୍ରଚାର ଛାଡ଼ି ଜଣେ ଗୁରୁତର ଥିବା ପ୍ରସୂତି ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲ୍ ଆଣିଥିଲେ।
ସୂଚନା ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ଦୀପକ କୁମାର ଦିଗଲଙ୍କ ପତ୍ନୀ ରେଣୁକା ଦିଗାଲଙ୍କ ପତ୍ନୀ ରେଣୁକା ଦିଗାଲ ଗତକାଲି ସକାଳେ ବାଲିଗୁଡ଼ା ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଫୁଲବାଣୀ ମେଡିକାଲ୍କୁ ରେଫର କରିଥିଲେ। ଏଥିପାଇଁ ଉକ୍ତ ମହିଳାଙ୍କ ସ୍ୱାମୀ ଆମ୍ବୁଲାନ୍ସ ପାଇଁ ୧୦୮ କୁ କଲ୍ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ମହିଳାଙ୍କ ସ୍ୱାମୀ ଚିନ୍ତାରେ ଥିଲେ।
ଏହି ସମୟରେ ନିର୍ବାଚନ ପ୍ରଚାର କରୁଥିବା ଅମୀର ପ୍ରଚାର କାର୍ଯ୍ୟ ଛାଡ଼ି ବାଲିଗୁଡ଼ା ମେଡିକାଲ୍ରେ ପହଞ୍ଚିଥିଲେ। ସେଠାରେ ଘଟଣା ବାବଦରେ ଜାଣିବା ପରେ ସାହାଯ୍ୟର ହାତ ବଢ଼ାଇଥିଲେ ଅମୀର। ଏହି ଘଟଣାକୁ ନେଇ ଅମୀର କହିଛନ୍ତି, ପ୍ରଚାର କାର୍ଯ୍ୟରେ ଯାଉଥିବା ବେଳେ ବାଲିଗୁଡ଼ା ମେଡିକାଲ୍ରେ ଜଣେ ପ୍ରସୂତିଙ୍କ ସ୍ୱାମୀ, ସ୍ତ୍ରୀଙ୍କ ଚିକିତ୍ସାକୁ ନେଇ ଚିନ୍ତାରେ ଥିଲେ। ଏନେଇ ସେ ଜାଣିବା ପରେ ହସ୍ପିଟାଲ୍ରେ ଡାକ୍ତର ନଥିବାରୁ ନର୍ସଙ୍କୁ ପ୍ରସୂତିଙ୍କ ଚିକିତ୍ସା କରିବାକୁ କହିଥିଲେ। ହେଲେ ପ୍ରସୂତିଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ବା ବିକଳ୍ପ କରାଯାଇନଥିଲା। ପରେ ଏନେଇ ପ୍ରସୂତିଙ୍କୁ ଫୁଲବାଣୀ ମେଡିକାଲ୍କୁ ରେଫର କରାଯାଇଥିବା ସେ ଜାଣିବାକୁ ପାଇଥିଲେ । ଏବେ ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।
from Odisha Reporter http://bit.ly/2KleOtE
No comments:
Post a Comment