“ଓଁ” ଉଚ୍ଚାରଣ ଦ୍ୱାରା ଶରୀରରେ ହୋଇଥାଏ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

“ଓଁ” ଉଚ୍ଚାରଣ ଦ୍ୱାରା ଶରୀରରେ ହୋଇଥାଏ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମର ଲୋକମାନେ “ଓଁ“ ଶବ୍ଦକୁ ସବୁଠୁ ପବିତ୍ର ଏବଂ ମହାମନ୍ତ୍ର ବୋଲି ମାନିଥାନ୍ତି। ଯେ, କୌଣସି ପୂଜା ପର୍ବ ହେଉ ବା ଶୁଭ କାମ ପ୍ରଥମେ “ଓଁ” ଶବ୍ଦରୁ ହିଁ ପୂଜା ଆରମ୍ଭ ହୋଇଥାଏ। ଧର୍ମ ଅନୁସାରେ ଏହି ଶବ୍ଦ ଈଶ୍ୱରଙ୍କ ସହ ସିଧା ଯୋଡ଼ିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଓଁ ଶବ୍ଦ ଉଚାରଣ କରିବା ଦ୍ୱାରା କେବଳ ପୂଜା ପାଠ ସଫଳ ହୁଏ ନାହିଁ, ଏହା ଆମ ଶରୀରକୁ ସୁସ୍ଥ ରଖିବା ସହ ଅନେକ ଫାଇଦା ଦେଇଥାଏ।

ଏହି ଶବ୍ଦ ଉଚ୍ଚାରଣ କରିବା ଦ୍ୱାରା ଆମ ଶରୀର ଏବଂ ମସ୍ତିସ୍କକୁ ମଧ୍ୟ ଶାନ୍ତି ମିଳିଥାଏ। ଆଉ ଏହି କଥା ବୈଜ୍ଞାନିକଙ୍କ ଦ୍ୱାରା ମଧ୍ୟ ପ୍ରମାଣ ହୋଇସାରିଛି। ଏହାକୁ ଉଚ୍ଚାରଣ କରିବା ଦ୍ୱାରା ଆମ ଶରୀର ଅନେକ ରୋଗରୁ ଦୂରେଇ ରୁହେ।

ତେବେ ଜାଣନ୍ତୁ “ଓଁ” ଉଚ୍ଚାରଣ କରିବା ଦ୍ୱାରା ଆମ ଶରୀରର କ’ଣ ସବୁ ଲାଭ ହୋଇଥାଏ।

-ଥାଇରଏଡ୍‌ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ। ଏହା ଥାଇରଏଡ୍‌ ରୋଗୀଙ୍କ ଅନେକ ଫାଇଦା ଦେଇଥାଏ। “ଓଁ” ଉଚ୍ଚାରଣ କଲେ ଗଳାରେ ଏକ ପ୍ରକାର କମ୍ପନ ଉଚ୍ଚାରଣ ହୋଇଥାଏ। ଯାହା ଗଳାକୁ ସଫା କରିଥାଏ। ଏହା ଥାଇରଏଡ୍‌ ରୋଗୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।

-“ଓଁ” ଉଚ୍ଚାରଣ କଲେ ମନକୁ ଶାନ୍ତି ମିଳିଥାଏ। ଆହୁରି ମଧ୍ୟ “ଓଁ” ଉଚ୍ଚାରଣ କଲେ ଆମ ଶରୀରରେ ରକ୍ତ ସଠିକ୍‌ ଭାବେ ପ୍ରବାହିତ ହୋଇଥାଏ। ଏହା ସହ ଏହା ଆମ ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟକୁ ନଷ୍ଟ କରିଦିଏ।

-ଆମେ ଛୋଟ ଥିଲା ବେଳେ ଗୁରୁଜନ ଆମକୁ ପାଠ ପଢ଼ିବା ଆରମ୍ଭରୁ “ଓଁ” ଉଚ୍ଚାରଣ କରିବା ଅଭ୍ୟାସ କରାଇଥାନ୍ତି। “ଓଁ” ଉଚ୍ଚାରଣ କଲେ ଆମର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ସେମାନେ ଆମକୁ ଏହା ଶିଖାଇଥାନ୍ତି।

-ଏହାକୁ ଉଚ୍ଚାରଣ କରିବା ଦ୍ୱାରା ଆମେ ଚିନ୍ତାମୁକ୍ତ ରହିଥାଉ। ଆମ ମସ୍ତିସ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିନଥାଏ।

-ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭ ଦେଇଥାଏ। “ଓଁ” ଉଚ୍ଚାରଣ କରିବା ଦ୍ୱାରା ଆମ ଶରୀରରେ ଏକ ପ୍ରକାର କମ୍ପନ ହୋଇଥାଏ। ଏହା ଆମ ଶରୀରରେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ।

-ଦିନସାରା ଆପଣ କାମ କରି ଥକି ଯାଇଥିଲେ “ଓଁ” ଉଚ୍ଚାରଣ କରନ୍ତୁ। ଏହା ଆପଣଙ୍କ ଥକାପଣ ଦୂର କରିବ। ଶରୀରର ଥକାପଣ ଦୂର କରି ଏହା ନୂଆ ଉର୍ଜ୍ଜା ଆଣିଥାଏ। କେବଳ ଏତିକି ନୂହେଁ, ମନ ନିରାଶ ଥିଲେ ମଧ୍ୟ ଏହା ମନକୁ ଦୃଢ଼ କରି ଆଗକୁ ବଢ଼ିବାକୁ ସାହସ ଦିଏ।

 



from Odisha Reporter http://bit.ly/2UGd6qB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages