ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ଗୁରୁବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଲିଗର ଏହି ୧୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟନକ ଭୁବନେଶ୍ୱର କୁମାର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳସ୍ୱରୂପ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

ହାଇଦ୍ରାବାଦର ନିୟମିତ ଅଧିନାୟକ କେନ୍ ୱିଲିୟମସନ୍ ଏବେବି ଅନଫିଟ୍ ଅଛନ୍ତି। ଏହି ମ୍ୟାଚରେ ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଛି। ଦିଲ୍ଲୀ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଦଳକୁ ଈଶାନ୍ତ ଶର୍ମା, ରାହୁଲ ତେୱାତିଆ ଓ ଅକ୍ଷର ପଟେଲ ଫେରିଛନ୍ତି।

ଦିଲ୍ଲୀ ଏକାଦଶ: ପୃଥ୍ୱୀ ଶ’, ଶିଖର ଧୱନ୍, ଶ୍ରେୟସ ଆୟର (ଅଧିନାୟକ), ଋଷଭ ପନ୍ତ, କଲିନ୍ ଇନଗ୍ରାମ, କ୍ରିସ ମୋରିସ୍, ରାହୁଲ ତେୱାତିଆ, ଅକ୍ଷର ପଟେଲ, କାଗିସୋ ରବାଡା, ଈଶାନ୍ତ ଶର୍ମା, ସନ୍ଦୀପ ଲାମିଛାନେ।

ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଜନ୍ନି ବେୟାରଷ୍ଟୋ, ଡେଭିଡ୍ ୱାର୍ଣ୍ଣର, ବିଜୟ ଶଙ୍କର, ୟୁସୁଫ ପଠାନ୍, ମନିଷ ପାଣ୍ଡେ, ଦୀପକ ହୁଡା, ମହମ୍ମଦ ନବି, ରଶିଦ୍ ଖାନ, ଭୁବନେଶ୍ୱର କୁମାର (ଅଧିନାୟକ), ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ୍।



from Odisha Reporter https://ift.tt/2CWisE2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages