ଦୁଇଟି ଶବ୍ଦ ଶୁଣିଲେ ନବୀନ ବାବୁ ବିରକ୍ତ ହେଉଛନ୍ତି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଦୁଇଟି ଶବ୍ଦ ଶୁଣିଲେ ନବୀନ ବାବୁ ବିରକ୍ତ ହେଉଛନ୍ତି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଟି ଶବ୍ଦ ଶୁଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରକ୍ତ ହୋଇଯାଉଛନ୍ତି। ଏହି ଦୁଇଟି ଶବ୍ଦ ହେଉଛି- ‘ମୋଦି’ ଓ ‘ପରିବର୍ତ୍ତନ’। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିଛନ୍ତି।

ନବୀନଙ୍କୁ ସିଧାସଳଖ ଟାର୍ଗେଟ୍ କରି ସେ କହିଥିଲେ,“ଦୁଇଟି ଶବ୍ଦ ଶୁଣିଲେ ଆପଣ କାନକୁ ବହୁତ ଶ୍ରୁତି କଟୁ ହେଉଛି। ଆପଣ ବିରକ୍ତ ଓ ହିଂସ୍ର ହୋଇଯାଉଛନ୍ତି। ନରେନ୍ଦ୍ର ମୋଦିଙ୍କ ନାଁ ଶୁଣିଲେ ଆପଣଙ୍କୁ ଭାରି ଅସୁବିଧା ହେଉଛି। ଏହାସହିତ ‘ପରିବର୍ତ୍ତନ’ ଶବ୍ଦ ଆପଣଙ୍କୁ ଅସହ୍ୟ ହେଉଛି।”

ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଗଲା ୧୯ ବର୍ଷର ହିସାବ ମାଗିବା ସହିତ ଆଗାମୀ ୫ ବର୍ଷରେ କ’ଣ କରିବାକୁ ଯୋଜନା କରିଛନ୍ତି, ତା’ର ବି ଜବାବ ମାଗିଛନ୍ତି।

ସେ କହିଥିଲେ,“ନବୀନ ବାବୁ ୧୯ ବର୍ଷ ଶାସନ କରିବା ସତ୍ତ୍ୱେ ତାଙ୍କ ପାଖରେ କୌଣସି କାର୍ଯ୍ୟର ହିସାବ ନାହିଁ। ଏମିତିକି ଆଗାମୀ ୫ ବର୍ଷରେ କ’ଣ କରିବାକୁ ଯୋଜନା ରଖିଛନ୍ତି, ତାହା ବି କହୁ ନାହାନ୍ତି।”

ନବୀନଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର ଆହୁରି କହିଥିଲେ,“ଓଡ଼ିଶାର ଲୋକେ ଆପଣଙ୍କୁ ବହୁତ ବଡ଼ ସୁଯୋଗ ଦେଇଥିଲେ। ଆପଣ ୧୯ ବର୍ଷ ଧରି କ୍ଷମତାରେ ରହିଲେ। କିନ୍ତୁ ରାଜ୍ୟର ଯେମିତି ବିକାଶ ହେବା କଥା, ତାହା ହୋଇନାହିଁ। କାରଣ ଏଥିପାଇଁ ଆପଣଙ୍କ ପାଖରେ ରାଜନୈତିକ ଇଚ୍ଛାଶକ୍ତି ନାହିଁ। ଗରିବ ଲୋକଙ୍କ ପାଇଁ ଆପଣଙ୍କର ଶ୍ରଦ୍ଧା ନାହିଁ। ସେଥିପାଇଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଓ କୁପୋଷଣ ଭଳି ସମସ୍ୟା ଦେଖାଯାଉଛି। ଏସବୁ ହେଉଛି ଆପଣଙ୍କର୧୯ ବର୍ଷର ଉପଲବ୍ଧି। ଆପଣଙ୍କୁ ଅପାରଗ କହିଲେ ଆପଣ ବିରକ୍ତ ହେଉଯାଉଛନ୍ତି। ଆପଣଙ୍କ ପାଖରେ ସରକାର ଚଳାଇବାର ଆତ୍ମବିଶ୍ୱାସ ବି ନାହିଁ।”

ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ରାପଡ଼ାରେ ଆପଣ ଦଳବଳ ଧରି ଡେରା ପକାଇଛନ୍ତି। ଗୁଣ୍ଡାରାଜ ଚଲାଇଛନ୍ତି। ଆତଙ୍କରାଜ ସୃଷ୍ଟି କରିଛନ୍ତି। ଆପଣ ଏଥର ଯିବା ସୁନିଶ୍ଚିତ।



from Odisha Reporter http://bit.ly/2GOXh9u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages