ଏକମୁଖି ରୁଦ୍ରାକ୍ଷ ଧାରଣ କଲେ ହୋଇଥାଏ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଏକମୁଖି ରୁଦ୍ରାକ୍ଷ ଧାରଣ କଲେ ହୋଇଥାଏ ଏହି ସବୁ ଫାଇଦା

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। କୁହାଯାଏ, ଯେଉଁମାନେ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି, ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି।

ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି। ତାହାଲେ ଆସନ୍ତୁ ଜାଣିବା ଏହି ରୁଦ୍ରାକ୍ଷ ଧାରଣ କରିବାର ଫାଇଦା ବିଷୟରେ।

ଜ୍ୟେତିଷଙ୍କ ଅନୁସାରେ ଯେଉଁମାନଙ୍କ ବୈବାହିକ ଜୀବନରେ ହସଖୁସିରେ କଟୁନାହିଁ, ସେମାନଙ୍କୁ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ।
ଏହାକୁ ଧାରଣ କରିଥିବା ବ୍ୟକ୍ତି ପବିତ୍ର ଏବଂ ଭଲ ଆଚରଣ କରିଥାନ୍ତି।

ଯେଉଁମାନଙ୍କର ଚାକିରିରେ ସମସ୍ୟା ଅଛି ବା ଚାକିରି ପ୍ରତି ବିପଦ ଅଛି ସେମାନେ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ। ସେହିଭଳି ଯେଉଁମାନେ ରାଜନୀତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ।

ଏହାକୁ ଧାରଣ କରିବା ବିଧି

ପ୍ରଥମେ ଆପଣ ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ତିଆରି କରନ୍ତୁ। ଏହାପରେ ସେହି ପଞ୍ଚାମୃତରେ ଗୋଲାପ ପତ୍ର ପକାନ୍ତୁ। ସେହି ପାତ୍ରରେ ରୁଦ୍ରାକ୍ଷ ବା ଏହାର ମାଳା ପକାଇ ସ୍ନାନ କରାଇ ଦିଅନ୍ତୁ। ଏହାପରେ ଆପଣ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ। ପରେ ପୁଣି ଥରେ ଏହାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ।

ଏହାପରେ ରୁଦ୍ରାକ୍ଷକୁ ଏକ ଲାଲ୍‌ ସଫା କପଡ଼ାରେ ରଖନ୍ତୁ। ସେଥିରେ ଚନ୍ଦନ, ବେଲପତ୍ର, ଧଳାଫୁଲ, ଧୂପ ଦୀପ ଦେଇ ପୂଜା କରି ଅଭିମନ୍ତ୍ରିତ କରନ୍ତୁ। ଆପଣ ଶିବ-ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ।



from Odisha Reporter http://bit.ly/2UIlTEj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages