ନୂଆ ଜୋତା ପିନ୍ଧି ପାଦରେ ଫୋଟକା ହୋଇଯାଇଛି କି? ଆପଣାନ୍ତୁ କିଛି ଘରୋଇ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ନୂଆ ଜୋତା ପିନ୍ଧି ପାଦରେ ଫୋଟକା ହୋଇଯାଇଛି କି? ଆପଣାନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ଟାଇଟ୍ ଜୋତା ପିନ୍ଧିବା ଦ୍ୱାରା, ନୂଆ ଜୋତା ପିନ୍ଧିବା ଦ୍ୱାରା ପ୍ରାୟ ଲୋକଙ୍କ ପାଦରେ ଫୋଟକା ହୋଇଯାଏ। ଫୋଟକା ହୋଇଯିବା ଦ୍ୱାରା ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ। ବେଳେବେଳେ ଫୋଟକା ଫାଟି ସଂକ୍ରମଣ ହୋଇଯାଏ। ପାଦର ଫୋଟକା ଭଲ କରିବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶରେ ଅନେକ ଔଷଧ ବ୍ୟବହାର କରିବା ପରେ ମଧ୍ୟ ଉପଶମ ମିଳିନଥାଏ। କିନ୍ତୁ କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ପାଦର ଫୋଟକାକୁ ଠିକ୍ କରିହେବ। ଆସନ୍ତୁ ଜାଣିବା ସେସବୁ କଣ।

 

ଘିକୁଆଁରୀ: ଯଦି ଆପଣଙ୍କ ପାଦ ଫୋଟକା ହୋଇ ଚପଲ ପିନ୍ଧିବା ଓ ଚାଲିବାରେ ଅସୁବିଧା ହେଉଛି ତେବେ ସେହି ସ୍ଥାନରେ ଘିକୁଆଁରୀ ରସ କିମ୍ବା ଜେଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଶୁଖିଲା ପ​‌ରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ପାଦର ଫୋଟକା ଭଲ କରିବା ସହ ଜଳାପୋଡ଼ା ସମସ୍ୟାରୁ ମୁକ୍ତି ଦେଇଥାଏ। ଦିନକୁ ଦୁଇଥର ଘିକୁଆଁରୀ ତେଲ କିମ୍ବା ଜେଲକୁ ପାଦରେ ଲଗାଇଲେ ଏହା ଶୀଘ୍ର ଭଲ ହୋଇଯିବ।

ଗ୍ରୀନ ଟି: ଗ୍ରୀନ ଟିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ପ୍ରଚୁର ପରିମାଣରେ ରହିଛି। ଏହା ପାଦ ଫୋଟକାର କଷ୍ଟ ଓ ଫୁଲାକୁ କମାଇଥାଏ। ତେଣୁ ଗ୍ରୀନ ଟି ବ୍ୟାଗକୁ ଗରମପାଣିରେ ବୁଡ଼ାଇ କିଛି ସମୟ ପରେ ବାହାର କରି ଦିଅନ୍ତୁ। ତାପରେ ସେଥିରେ ଅଳ୍ପ ବେକିଂ ସୋଡ଼ା ପକାନ୍ତୁ। ଥଣ୍ଡା ହେବା ପରେ ଟି ବ୍ୟାଗକୁ ଫୋଟକା ଉପରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ବେକିଂ ସୋଡାରେ ଆଣ୍ଟିସେପ୍ଟିକ୍ ଗୁଣ ରହିଥିବାରୁ ତାହା ସଂକ୍ରମଣ ହେବାରୁ ରକ୍ଷା କରିଥାଏ।

ଜଡ଼ା ତେଲ: ବେଳେ ବେଳେ ଦେଖାଯାଏ ଯେ, ପାଦରେ ଫୋଟକା ହୋଇ କିଛି ଦିନ ରହିଯିବାରୁ ତାହା ଧୀରେ ଧୀରେ ଟାଣ ହୋଇଯାଏ। ଫଳରେ ଏହା କୁଣ୍ଡାଇ ହୁଏ। ଏହାକୁ ଦୂର କରିବା ପାଇଁ ରାତିରେ ଫୋଟକା ହୋଇଥିବା ସ୍ଥାନରେ ଜଡ଼ା ତେଲ ଲଗାଇ ଦିଅନ୍ତୁ। ଏଥିରୁ ଉପଶମ ମିଳିବ। ସପ୍ତାହକୁ ୨ରୁ ୩ଥର ଏପରି କଲେ ଭଲ। ସୋରିଷ ତେଲ, ପେଟ୍ରୋଲିୟମ ଜେଲି ଆଦି ଫୋଟକାରେ ଲଗାଇବା ଦ୍ବାରା ସେଥିରୁ ଉପଶମ ମିଳିଥାଏ।



from Odisha Reporter https://ift.tt/2U7kHiD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages