
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଭୋଟ୍ ପାଇଁ ଟଙ୍କା ବାଣ୍ଟି ହଟାହଟା ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ରେ।
ଗତକାଲି ବିଳମ୍ୱିତ ରାତିରେ ଏକ ନିର୍ଦ୍ଧିଷ୍ଟ ଦଳ ପାଇଁ ଭୋଟରଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ କାଣ୍ଡପଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ ସରୋଜ ସାହୁ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ଗାଁ ଲୋକେ ତାଙ୍କୁ କାବୁ କରିଥିଲେ। ଏଥିସହ ତାଙ୍କୁ ବାନ୍ଧି ରଖିଥିବା ଦେଖିବାକୁ ମିଳିଥିଲା।
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏପରି ନିନ୍ଦନୀୟ କାର୍ଯ୍ୟ କରିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
from Odisha Reporter http://bit.ly/2Dqh8cM
No comments:
Post a Comment