ମୋଦିଙ୍କ ବିରୋଧରେ କହି ଦିଗବିଜୟ ସିଂହ ହଟହଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ମୋଦିଙ୍କ ବିରୋଧରେ କହି ଦିଗବିଜୟ ସିଂହ ହଟହଟା

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ପ୍ରଚାର ବେଳେ ହଟହଟା ହୋଇଛନ୍ତି। ‘ମୋଦି ଆପଣଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେଇଛନ୍ତି କି, ଚାକିରି ଦେଇଛନ୍ତି କି ?’  ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଜବାବରେ ମୋଦି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ବୋଲି ସଭା ଉପସ୍ଥିତ ଜଣେ ଯୁବକ ବଡ଼ ପାଟିରେ କହିଥିଲେ। ଯାହାକି ଦିଗବିଜୟ ସିଂହଙ୍କୁ ଅଡୁଆରେ ପକାଇଥିଲା। ପରେ କିଛି କଂଗ୍ରେସ କର୍ମୀ ସଂପୃକ୍ତ ଯୁବକକୁ ସଭାସ୍ଥଳରୁ ନେଇଯାଇଥିଲେ।

 
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ନିକଟରେ ଭୋପାଲ ଆସନକୁ ନେଇ ତାଙ୍କର କ’ଣ କ’ଣ ଯୋଜନା ରହିଛି ତାହା ଟ୍ୱିଟରରେ ଶେୟାର କରିଥିଲେ। ସେ କହିଥିଲେ ବିଜେପିର ବିକାଶ କେବଳ ଭେଳିକି, ସେ ଜିତି ଆସିଲେ ଏଠି ପ୍ରକୃତ ବିକାଶ ହେବ ବୋଲି କହିଥିଲେ।

ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର୍। ଆଜି ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମେ ୧୨ରେ ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଭୋପାଳ ଲୋକସଭା ଆସନ ପାଇଁ ମତଦାନ ହେବ।



from Odisha Reporter http://bit.ly/2Xw38pr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages