
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୱିନିଂ ଟ୍ରାକ୍କୁ ଫେରାଇଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଏବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। କାନ୍ଧରେ ଆହତ ଯୋଗୁ ଟିମ୍ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଛି।
ଷ୍ଟେନ୍ ଚଳିତ ବର୍ଷ ଆଇପିଏଲ୍ରେ ଆରସିବି ପକ୍ଷରୁ ମାତ୍ର ୨ଟି ମ୍ୟାଚ୍ ଖେଳିଥିଲେ। ଏହି ଦୁଇଟି ଯାକ ମ୍ୟାଚ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଦଳକୁ ବିଜୟୀ ମଧ୍ୟ କରାଇଥିଲେ। ଏବେ ଆରସିବି ପ୍ଲେ-ଅଫ୍ ଖେଳିବାକୁ ସଂଘର୍ଷ କରୁଥିବା ବେଳେ ଷ୍ଟେନ୍ଙ୍କ ବାଦ୍ ପଡ଼ିବା ଦଳକୁ ଜବରଦସ୍ତ ଝଟ୍କା ଦେଇଛି।
ଆରସିବି ଆହତ ନେଥନ କୁଲଟର-ନାଇଲ୍ଙ୍କ ବଦଳରେ ଷ୍ଟେନ୍ଙ୍କୁ ସ୍କ୍ୱାଡ୍ରେ ସାମିଲ କରିଥିଲା। ସେ ଦୁଇଟି ମ୍ୟାଚ୍ ଖେଳି ଆହତ ହେବାରୁ ଗତକାଲି ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଆଗକୁ ବିଶ୍ୱକପ୍ ଥିବାରୁ ଏହି ଭେଟରାନ୍ ବୋଲରଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ମଧ୍ୟ ବିଶ୍ରାମ ଦେବାକୁ ଚାହୁଁଛି।
from Odisha Reporter http://bit.ly/2PyqXuc
No comments:
Post a Comment